ଜୟପୁରରୁ ଅପହୃତ ମିଲ ମାଲିକ ଉଦ୍ଧାର, ଦୁଇଦିନ ତଳେ ହୋଇଥିଲେ ଅପହୃତ

ଜୟପୁର : ଉଦ୍ଧାର ହେଲେ ଜୟପୁରରୁ ଅପହୃତ ହୋଇଥିବା ମିଲ ମାଲିକ । ଦୁଇଦିନ ତଳେ ପେରାହାଣ୍ଡିରୁ କାର ସହ ଉଠେଇ ନେଇଥିଲେ ଅପହରଣକାରୀ । ମଧ୍ୟ ରାତ୍ରରେ ଅପହୃତ ରମେଶ ପାତ୍ରଙ୍କୁ ଉଦ୍ଧାର କରିଛି କୋରାପୁଟ ପୋଲିସ । ଅପହରଣର କଣ କାରଣ ଥିଲା ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି ।

ପ୍ରକାଶ ଯେ , ପେରାହାଣ୍ତି ନିକଟରୁ କୁମୁଲିପୁଟର ମିଲ୍ ମାଲିକ ଏ. ରମେଶ ପାତ୍ର ଦୁଇଦିନ ତଳେ ଅପହୃତ ହୋଇଥିଲେ । ରାତି ପ୍ରାୟ ସାଢେ ୮ଟା ବେଳେ ମିଲରୁ ଘରକୁ ଫେରୁଥିବା ବେଳେ ପେରାହାଣ୍ଡି ବ୍ରିଜ ନିକଟରେ କିଛି ଦୁର୍ବୁତ୍ତ କାର ଅଟକାଇ ଏ. ରମେଶ ପାତ୍ରଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ପରେ ଅପହରଣକାରୀ ଫୋନ ଯୋଗେ ରମେଶଙ୍କ ପରିବାରକୁ ଲକ୍ଷାଧିକ ଟଙ୍କା ମାଗୁଥିବା ଜଣାପଡ଼ିଥିଲା । ତାଙ୍କ ନିଖୋଜ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଥିଲା ।

ସେପଟେ ରାଇସ ମିଲ ମାଲିକ ଅପହରଣ ଘଟଣାରେ ପୋଲିସର ୪ଟି ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରି କୋରାପୁଟ ଏସପି ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ । ଜୟପୁର ଓ ବୋରିଗୁମା ଏସଡିପିଓଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିଲା । ଗତକାଲି ରାତିରେ ମିଲ ମାଲିକଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଜାରି ରହିଛି ।

nis-ad
Leave A Reply

Your email address will not be published.