ରଥ ଉପରକୁ ଅଣସେବକ ଚଢିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ପ୍ରଶାସକଙ୍କ ନିର୍ଦ୍ଦେଶ

ପୁରୀ : ରଥ ଉପରକୁ ଚଢିବା ନିଷେଧ ନେଇ ନିୟମ ଥିଲେ ମଧ୍ୟ ବାରମ୍ବାର ଏହାର ବ୍ୟତିକ୍ରମ ଘଟୁଛି । ଆଜି ବାହୁଡା ଯାତ୍ରାରେ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଉପରକୁ ଚଢ଼ିଛନ୍ତି ଜଣେ ଅଣସେବାୟତ । ସେବାୟତ ବେଶରେ ରଥ ଉପରକୁ ଚଢ଼ିଥିଲେ ଏହି ଅଣସେବାୟତ ଜଣଙ୍କ । ଏହାଙ୍କ ଉପରେ ନଜର ପଡିବା ପରେ ଅଭିଯୋଗ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ନିଜେ ଆଜି ରଥ ଉପରୁ ଉକ୍ତ ଅଣ ସେବାୟତଙ୍କୁ କାଢ଼ିଛନ୍ତି । ଏସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଅଭିଯୋଗ ଦାଖଲ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ,ରଥ ଉପରକୁ କୌଣସି ଅଣସେବକ ଚଢିବା କିମ୍ବା ମୋବାଇଲ ନେବା ନିଷେଧ ବୋଲି ନିର୍ଦ୍ଦେଶ ରହିଥିଲା ।  ଏନେଇ ବ୍ଯତିକ୍ରମ ସାମ୍ନାକୁ ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଥିଲା । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ମଧ୍ୟ ନିର୍ଦ୍ଦିଷ୍ଟ ଭାବେ ୨ ଜଣ ଅନଧିକୃତ ବ୍ଯକ୍ତି ରଥ ଉପରକୁ ଚଢିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚ ପଦସ୍ଥ ଅଧିକାରୀ ଏବଂ ଆଉ ଜଣେ ବେସରକାରୀ /ସମବାୟ ଅନୁଷ୍ଠାନର ଅଧୀକାରୀ ବୋଲି ପ୍ରାଥମିକ ସୂଚନା ମିଳିଛି ।

nis-ad
Leave A Reply

Your email address will not be published.