ଅସରାଏ ବର୍ଷା ରେ ଧୋଇ ଗଲା ନନ୍ଦିଆ ଗଡ଼ା ସେତୁ ର ରାଫ୍ଟ କଂକ୍ରିଟ…

ଠିକାଦାର ଙ୍କ ପ୍ରତି ପ୍ରଶାସନ ର ଏତେ ଦରଦ କାହିଁକି…?

ସେତୁ ବି ଭୁଶୁଡିବନିତ କିଏ କହି ପାରେ ….!
ବ୍ରହ୍ମପୁର:୧୫-୭ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଜଳ ସେଚନ,ଗ୍ରାମ୍ୟ ଉନ୍ନୟନ,ପୂର୍ତ୍ତ ବିଭାଗ ଭଳି ଆଦି ବିଭାଗ ରେ କୋଟି କୋଟି ଟଙ୍କାର ପ୍ରକଳ୍ପ ଏବେ ଅଧ ପାନ୍ତରୀୟ ଅବସ୍ଥାରେ ରହିଛି। ଏହି ସବୁ ବିଭାଗର ଠିକାଦାର କୁ ବିଡ଼ କେପାସିଟି ଠିକ ଭାବେ ଯାଞ୍ଜ ନକରି ଗୋଟିଏ ଠିକାଦାର ଉପରେ କାମ ଉପରେ କାମ ଦେଇ ଚାଲିଛନ୍ତି, ଏତେ ଦରଦ କାହିଁକି ବୋଲି ଚର୍ଚ୍ଚା ହେଉଛି। ଯାହାର ପରିଣାମ ଏବେ ଜଳ ଜଳ ହୋଇ ଦେଖା ଯାଉଛି। ମୌସୁମୀ ମୁଣ୍ଡ ଉପରେ ଥିବା ଜାଣିବା ସତ୍ବେ ନଦୀ ନାଳ ମଧ୍ୟରେ କାଦ ପଙ୍କ ରେ ଯେଣେ ତେଣେ ପ୍ରକାର ଉନ୍ନୟନ କାର୍ଯ୍ୟ ଜାରି ରହିଛି। ଉପର ମୁଣ୍ଡରେ ନିୟମିତ ବର୍ଷା ହେଉ ଥିଲେ ମଧ୍ୟ ଧନେଇ ନାଳ ଉପରେ ନନ୍ଦିଆ ଗଡ଼ ଗ୍ରାମକୁ ସଂଯୋଗ କରୁଥିବା ହାଇ ଲେବଲ ସେତୁର ରାଫ୍ଟ କଂକ୍ରିଟ ଗତ କାଲି (ରବିବାର ଦିନ) ଧୋଇ ହୋଇଯିବା ଚିନ୍ତାର ବିଷୟ ହୋଇଛି।କେଉଁ ଯନ୍ତ୍ରୀଙ୍କ ନିର୍ଦ୍ଧେଶ ଓ କେଉଁ ଯନ୍ତ୍ରୀଙ୍କ ଉପସ୍ଥିତି ରେ ରାଫ୍ଟ କଂକ୍ରିଟ କାର୍ଯ୍ୟ ଚାଲିଥିଲା ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଦରକାର। ସବୁ ଜାଣି ସୁଦ୍ଧା ଯନ୍ତ୍ରୀ ମହାଶୟ କେଉଁ ପରିସ୍ଥିତି ରେ ଅନୁମତି ଦେଇଥିଲେ,ତାହା ଚିନ୍ତାର ବିଷୟ। ଚାରି ମାସ ତଳୁ ମନ୍ତ୍ରୀଙ୍କ ଦ୍ୱାରା ସେତୁ ନିର୍ମାଣ ପାଇଁ ଶିଳା ନ୍ୟାସ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଆରମ୍ଭ ହୋଇନଥିବା ବର୍ଷା ଦିନେ ଏବେ ସେତୁର ପୁନାଦି କାର୍ଯ୍ୟ ଚାଲିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସମାନ ପରିସ୍ଥିତି ଆସିକା ଜଳ ସେଚନ ସେକ୍ସନ ଅଧୀନ ବଡ଼ ନଦୀ ହିଡ଼ର ଉନ୍ନତି କରଣ ପାଇଁ ଗତ ନଭେମ୍ବର ମାସରୁ ପ୍ରାୟ ଛ କୋଟି ରୁ ଉର୍ଦ୍ଧ ଟଙ୍କାର କାର୍ଯ୍ୟାଦେଶ ଥାଇ ସୁଦ୍ଧା ବର୍ତ୍ତମାନ ରେ କାଦ ପଙ୍କ ରେ ସେଠାରେ ସେତୁ ନିର୍ମାଣ ଚାଲିଛି, କାହା ସ୍ୱାର୍ଥରେ ଏହି କାର୍ଯ୍ୟ ଜାରି ରହିଛି। କୌଣସି ଯନ୍ତ୍ରୀ ଏହି କାର୍ଯ୍ୟ ନିକଟକୁ ଯାଉନଥିବା ଯୋଗୁଁ କାର୍ଯ୍ୟ ଗୁଡ଼ିକ ର ମାନ ଯାଞ୍ଜ କରିବା ଆବଶକ୍ୟ ହୋଇପଡିଛି। କାଦ ପଙ୍କ ରେ ତିଆରି ହେଉଥିବା ସେତୁର ଆୟୁଷ କଣ’ ହେବ ନା ବିହାର ରେ ଭୁଶୁଡିଲା ଭଳି ଗୋଟିଏ ଗୋଟିଏ ସେତୁ ଭୁଶୁଳି ଯିବ। ବେଳ ଥାଉ ଥାଉ ପଦକ୍ଷେପ ନେବା ଆବଶ୍ୟକ ହୋଇ ପଡିଛି। ସେହି ଭଳି କବିସୂର୍ଯ୍ୟନଗର ଗୋଲାମୁଣ୍ଡୁଳା ଠାରେ ସେତୁ ନିର୍ମାଣ ହେଉଛି ସେଠାରେ ବି ଏଭଳି ଅବସ୍ଥା ହୋଇଛି।ଗ୍ରାମ୍ୟ ଉନ୍ନୟନ ବିଭାଗ ର ବାବୁଙ୍କୁ ନନ୍ଦିଆ ଗଡା ସେତୁର ରାଫ୍ଟ କଂକ୍ରିଟ ଧୋଇ ହୋଇଯିବା ସମ୍ପର୍କ ରେ ପଚାରିବାରୁ ବାବୁ କେବଳ ହଁ ମାରି ଚୁପଚାପ ରହିଯା ଇଥିଲେ। ଏହି ସବୁ କାର୍ଯ୍ୟ କୁ ବିଜେଡ଼ିର ହାତବାରିସୀ ସାଜି କଳେ ବଳେ କୋଟି କୋଟି ଟଙ୍କାର କାର୍ଯ୍ୟ ନେଇଥିବା ଠିକାଦାର ଙ୍କ ବିଭିନ୍ନ କାର୍ଯ୍ୟାଦେଶ ର ତର୍ଜମା କରିଲେ ଦୁର୍ନୀତି ର ପର୍ଦାଫାଶ ହେବ ବୋଲି ଚାରି ଆଡ଼େ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.