ଏଏସ୍‌ଓଙ୍କୁ ମାଡ଼ ନେଇ ତେଜିଲା ରାଜନୀତି

ଭୁବନେଶ୍ୱର,୧୩।୭: ରାଜ୍ୟପାଳ ରଘୁବର ଦାସଙ୍କ ପୁଅଙ୍କ ଦାଦାଗିରିକୁ ନେଇ ତେଜିଲା ରାଜନୀତି । ଏ ଘଟଣା ନେଇ ବିଜେଡି ପ୍ରତିକ୍ରିୟା ରଖିଛି, ଖବରଦାତା ସମ୍ମିନୀକରି  ପ୍ରତାପଦେବ କହିଛନ୍ତି,  ମାନ୍ୟବର ରାଜ୍ୟପାଳଙ୍କ ପୁଅ ଜଣେ ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବା  ଅଭିଯୋଗ ହୋଇଛି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ରଥଯାତ୍ରା ସମୟରେ ରାଜ୍ୟାପାଳ ପୁରୀ ରାଜଭବନରେ ଥିବା ସମୟରେ ତାଙ୍କ ପୁଅ ଲଳିତ କୁମାର ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ବିଷୟରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଜଣା ଇଥିଲେ ମଧ୍ୟ ସେ ଚୁପ ରହିଥିଲେ। ତେବେ ଏନେଇ ରାଜ୍ୟପାଳଙ୍କ ଅଫିସରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ଶନିବାର ମାଡ଼ ମାରିଥିବା ନେଇ ପୁରୀ ସମୂଦ୍ରକୂଳ ଥାନାରେ ବୈକୁଣ୍ଠ ଏତଲା ଦେଇଛନ୍ତି ।  ଏତଲା ହୋଇଥିଲେ ମଧ୍ୟ   ପୋଲିସ ପକ୍ଷରୁ ଏଯାଏ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ମୁଖ୍ୟମନ୍ତ୍ରୀ ନିଜେ ଗ୍ରିଭାନ୍ସ ଖୋଲିଛନ୍ତି, ସାଧାରଣ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ।ମୁଖ୍ୟମନ୍ତ୍ରୀ ଗୃହ ଏବଂ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ ରହିଛନ୍ତି । ତାଙ୍କ ବିଭାଗ ଅଧୀନରେ ଆସୁଥିବା ଜଣେ କର୍ମଚାରୀଙ୍କୁ ଦୁର୍ବ୍ୟବହାର ହୋଇଛି । ଜଣେ ସରକାରୀ କର୍ମଚାରୀ ଏତଲା ଦେଇଛନ୍ତି । ଏହାର କାରଣ କଣ ରହସ୍ୟ କଣ ବିଜେଡି ଏ ନେଇ ପ୍ରଶ୍ନ କରିଛି । ଏଥିସହ ସେ କହିଛନ୍ତି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ । କାହିଁକି ଏ ଘଟଣାରେ କାର୍ୟ୍ୟାନୁଷ୍ଠାନ ନିଆଯାଉନି ।

ଅନ୍ୟପକ୍ଷରେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଣେ ଏଏସଓଙ୍କୁ ମାଡ଼ ମାରିଥିବା ଅଭିଯୋଗ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ପୀଡ଼ିତଙ୍କୁ ନ୍ୟାୟ ଦେବା ଲାଗି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି।
ସେ ସାେସିଆଲ୍ ମିଡିଆ‘ଏକ୍ସ’ ରେ ଲେଖିଛନ୍ତି, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଲିତ କୁମାର ଜଡ଼ିତ ଥିବା ଘଟଣାକୁ ନେଇ ମୁଁ ଗଭୀର ଚିନ୍ତିତ। ପ୍ରକାଶ ଯେ, ଜୁଲାଇ ୭ ତାରିଖ ରାତିରେ ସେ ପୁରୀର ରାଜଭବନ ଦାୟିତ୍ୱରେ ଥିବା ଜଣେ ଏଏସଓ ବୈକୁଣ୍ଠ ପ୍ରଧାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରିବାକୁ ଏବଂ ପୀଡିତାଙ୍କ ପାଇଁ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରୁଛି।

nis-ad
Leave A Reply

Your email address will not be published.