ବାଣପୁରରେ ଫୁଟିଲା ବୋମା, ଜଣେ ମୃତ

ବାଲୁଗାଁ : ବାଣପୁରରେ ଫୁଟିଲା ବୋମା, ଜଣେ ମୃତ ଓ ୨ ଗୁରୁତର । ପାରିବାରିକ କଳହରୁ ବୋମାମାଡ଼ । ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାହସପୁରର ଶାନ୍ତି ନଗରରେ ବାପା ଓ ପୁଅ କଳହରୁ ବୋମା ମାଡ଼ ! ହୋଇଛି । ବୋମା ମାଡ଼ରେ ! ମୃତକ ଜଣକ ହେଲେ ସଠିଆ ରାଉତରାୟଙ୍କ ସାନପୁଅ ଦିବ୍ୟସିଂହ ରାଉତରାୟ ।

ଏଥିରେ ବାପା ସଠିଆ ଓ ବଡ଼ ପୁଅ ସୁବାସ ଆହତ ହୋଇଛନ୍ତି । ବାଣପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ସହ ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି ! । ଦୁଇ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ବୋମାମାଡ଼ କିଏ ମାରିଛି ତାହା ଅସ୍ପଷ୍ଟ ରହିଛି । ତେବେ ଆହତ ସୁବାସଙ୍କ ସ୍ତ୍ରୀ କହିଛନ୍ତି, ଶଶୁର ସଠିଆ ରାଉତରାୟ ବୋମାମାଡ଼ କରିଛନ୍ତି ।

nis-ad
Leave A Reply

Your email address will not be published.