ଦୂଷିତ ପାଣିପିଇ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକରେ ୧୨ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ…


ମାଲକାନଗିରି ୧୧/୦୭ ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ କର୍ତ୍ତନପାଲ୍ଲୀ ପଂଚାୟତ କୋପ୍ରା ଗ୍ରାମର ମାଡ଼ି ସାହିରେ୧୨ ଜଣ ଝାଡା ବାନ୍ତି ରେ ଆକ୍ରାନ୍ତ ହୋଇଥିବା ବେଳେ ୮ ଜଣଙ୍କୁ ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ଚିକିତ୍ସିତ ହେଉଛନ୍ତି ।ଏବଂ ମାଥିଲି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ଅମୟ କୁମାର ସ୍ୱାଇଁ ଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଅନ୍ୟ ୪ ଜଣଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସ୍ୱାଇଁ ସୂଚନା ଦେଇଛନ୍ତି । ମାଥିଲି ଉପଖଣ୍ଡ ଚିକିତ୍ସାଳୟରେ କମଳ ଲୋଚନ ସମରଥ (୨୫) ମୋତି ସିଂ ଦୋରା ୨୩ , ହରି ପୂଜାରୀ ୩୫ , ମୁକୁନ୍ଦ ଦୋରା ୨୫ , ଲଳିତା ପୂଜାରୀ ୩୦ , ସମ୍ୱନ୍ଧ ସମରଥ ୪୦ ,କମଳ ଲୋଚନ ପୂଜାରୀ ୨୫ , ଶୁକ୍ରୀ ସମରଥ ୨୫ , ଚିକିତ୍ସା ହେଉଥିବା ବେଳେ ଗାଁରେ ଡାକ୍ତରୀ ଦଳ ଦେବବନ୍ଧୁ ପୂଜାରୀ ୪୦ ,ଖଗ ଦୋରା ୨୫ , କମଳା ଦୋରା ୧୬ ,ଦନେଇ ଦୋରା ୨୪ ଙ୍କୁ ଚିକିତ୍ସା କରାଯାଇଛି ବୋଲି ଡାକ୍ତର ଅମୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି । ଏହା ସହ ଜିଲ୍ଲା ର ଏକ ସ୍ୱତନ୍ତ୍ର ଡାକ୍ତର ଦଳ ଗାଁରେ ପହଞ୍ଚି କେଉଁ କାରଣରୁ ଝାଡା ବାନ୍ତି ତାହାର ଅନୁସନ୍ଧାନ କରୁଛନ୍ତି ।ତାହା ସୂଚନା ଦେଇଛନ୍ତି ଯେ ପାଣି ପାଇଁ ଝାଡା ବାନ୍ତି ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣା ପଡୁଛି । ତଥାପି ନଳ କୂପ ପାଣି ସଂଗ୍ରହ କରାଯାଇଛି ପରୀକ୍ଷା ପରେ ଜଣା ପଡିବ ବୋଲି ମାଥିଲି ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସ୍ୱାଇଁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.