ପୁରୀ ବେଳାଭୂମିରେ ମର୍ଣ୍ଣିଂୱାକ୍ କଲେ ରାଷ୍ଟ୍ରପତି

ପୁରୀ : ଆଜି ସକାଳୁ ପୁରୀ ସୁମଦ୍ର କୂଳରେ ପ୍ରାତଃ ଭ୍ରମଣ କରୁଥିବାର ନଜର ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ବା ମର୍ଣ୍ଣିଂୱାକ୍ ଯୋଗୁଁ ସମୁଦ୍ର କୂଳରେ ସୁରକ୍ଷା ବ୍ୟବସ୍ଥା ଲାଗୁ ହୋଇଥିଲା। ରାଷ୍ଟ୍ରପତିଙ୍କ ପ୍ରାତଃ ଭ୍ରମଣ ସମୟରେ କୌଣସି ପର୍ଯ୍ୟଟକଙ୍କୁ ସମୁଦ୍ର କୂଳକୁ ଯିବାକୁ ଅନୁମତି ନଥିଲା । ଏହି ପ୍ରାତଃଭ୍ରମଣ କରିବା ବେଳେ ତାଙ୍କ ସାଙ୍ଗରେ ଥିଲେ ସୁରକ୍ଷାକର୍ମୀ । ତେବେ ମହାମହିମଙ୍କୁ ଦେଖିବାକୁ ଦୂରରେ ଅପେକ୍ଷା କରିଥିଲେ ଅନେକ ଲୋକ।

ସୂଚନା ଥାଉକି, ଗତକାଲି ରଥଯାତ୍ରା ଦେଖିବାକୁ ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତାଙ୍କ ସାଙ୍ଗରେ ଥିଲେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଷ୍ଟ୍ରପତି ରଥଯାତ୍ରା ଦେଖିବାକୁ ଆସି ପୁରୀ ରାଜଭବନରେ ରହିଥିଲେ । ଆଜି ସକାଳୁ ସୁମଦ୍ର କୂଳରେ ସେ ପ୍ରାତଃ ଭମଣ କରୁଥିବାର ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.