ସନ୍ତୃପ୍ତ ମିଶ୍ର ହେଲେ ନବୀନଙ୍କ ରାଜନୈତିକ ସଚିବ

ଭୁବନେଶ୍ବର : ହଟିଲେ ବିଜେଡିର ରାଜ୍ୟସ୍ତରୀୟ କର୍ମକର୍ତ୍ତା। ସମସ୍ତ ରାଜ୍ୟସ୍ତରୀୟ ଦଳୀୟ ପଦାଧିକାରୀଙ୍କୁ ହଟାଇଲା ବିଜେଡି। ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାକ୍ଷରରେ ଜାରି ନିର୍ଦ୍ଦେଶକ୍ରମେ ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କରାଯାଇଛି।
ରାଜ୍ୟ ଓ ଜାତୀୟସ୍ତରୀୟ ନୂଆ ମୁଖପାତ୍ର ମଣ୍ଡଳୀ ଗଠନ କଲା ବିଜେଡି। ଏଥିରେ ସନ୍ତୃପ୍ତ ମିଶ୍ରଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ରାଜନୈତିକ ସଚିବ ଭାବେ ଦାୟିତ୍ୱ ଦିଆଯାଇଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟ, ପ୍ରମିଳା ମଲ୍ଲିକ ଓ ଦେବୀ ମିଶ୍ର ପ୍ରମୁଖଙ୍କୁ ରାଜ୍ୟସ୍ତରୀୟ ମୁଖପାତ୍ର କରାଯାଇଛି। ସେହିପରି ମୋଟ ୧୪ ଜଣ ନେତା ହୋଇଛନ୍ତି ରାଜ୍ୟସ୍ତରୀୟ ମୁଖପାତ୍ର।
ସନ୍ତୃପ୍ତ ମିଶ୍ର ଓ କଳିକେଶ ସିଂଦେଓଙ୍କ ସମେତ ୬ ନେତାଙ୍କୁ ଜାତୀୟ ମୁଖପାତ୍ର ଭାବେ ଦାୟିତ୍ୱ ଦେଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ। କିନ୍ତୁ ଜିଲ୍ଲାସ୍ତରୀୟ ପଦ ପଦବୀ ଅପରିବର୍ତ୍ତିତ ରହିଥିବା ନିର୍ଦ୍ଦେଶନାମାରେ ଦର୍ଶାଯାଇଛି।

nis-ad
Leave A Reply

Your email address will not be published.