ସୋର ଟ୍ରିପିଲ ମର୍ଡର ଘଟଣାରେ ୮ ଅଟକ, ଜଙ୍ଗଲରୁ ମାରଣାସ୍ତ୍ର ଜବତ

ସୋର : ସୋର ଟ୍ରିପିଲ ମର୍ଡର ଘଟଣା । ତିନି ଜଣଙ୍କୁ ଗୁଣିଗାରେଡି ସନ୍ଦେହରେ ହତ୍ୟା ଘଟଣାରେ ୮ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ୧୫ରୁ ଅଧିକ ଲୋକଙ୍କ ସଂପୃକ୍ତି ଥିବା ପୋଲିସ ତଦନ୍ତରୁ ସୂଚନା ମିଳିଛି । ଗତକାଲି ମୃତଦେହ ଠାବ ପରେ ପୋଲିସ ୭ ଜଣଙ୍କୁ ଅଟକ ରଖି ତଦନ୍ତ କରିଥିଲା । ମୃତଙ୍କ ମଧ୍ୟରେ ଦୁଇ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି ।

ଗତକାଲି ବାଲେଶ୍ଵର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ଗ୍ରାମ୍ୟ ଜଙ୍ଗଲରୁ ୩ ଜଣଙ୍କ ମୃତଦେହ ଠାବ ହୋଇଥିଲା । ବଡ଼ପୋଖରୀ ଗାଁର ଜାଲିଆ ସିଂଙ୍କ ପତ୍ନୀ ସମବାରୀ ସିଂ, ଦାମ୍ପା ସିଂ ଓ ତାଙ୍କ ପତ୍ନୀ ନିଖୋଜ ହୋଇଯାଇଥିଲେ । ଏମାନଙ୍କୁ ଗାଁର କିଛି ବ୍ୟକ୍ତି ଗୁଣିଗାରେଡ଼ି ସନ୍ଦେହରେ ସେମାନଙ୍କୁ ହତ୍ୟା କରିଥିବା ନେଇ ଜାଲିଆଙ୍କ ପୁଅ ନିରଞ୍ଜନ ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ଔପଦା ଥାନା ଆଇଆଇସି ଶ୍ରବଣ କୁମାର ମହରଣା ପୋଲିସ ଟିମ୍ ଗ୍ରାମ୍ୟଜଙ୍ଗଲରେ ଖୋଜାଖୋଜି କରି ତିନି ମୃତଦେହ ଛାଡ଼ କରିଥିଲେ। ଜୁଲାଇ ୧ ତାରିଖରେ ସେମାନଙ୍କୁ କିଛି ଗ୍ରାମବାସୀ ପିଟିପିଟି ହତ୍ୟା କରିବା ପରେ ଗ୍ରାମ ଜଙ୍ଗଲକୁ ନେଇଥିଲେ। ସେଠାରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟି ଜଙ୍ଗଲରେ ପକେଇ ଦେଇ ପଳେଇ ଆସିଥିଲେ। ଜଙ୍ଗଲରୁ ମାରଣାସ୍ତ୍ର ଓ ବାଡ଼ି ମଧ୍ୟ ଜବତ ହୋଇଛି।

nis-ad
Leave A Reply

Your email address will not be published.