୪୬ ବର୍ଷ ପରେ ଖୋଲାଯିବ ରତ୍ନଭଣ୍ଡାର, ସରକାର ଦେଇଥିବା ଦାୟିତ୍ୱକୁ ସଠିକ ଭାବେ ତୁଲାଇବି : ଜଷ୍ଟିସ ବିଶ୍ବନାଥ ରଥ

ପୁରୀ : ବିଜେପି ସରକାର ଆସିବା ପରେ ରତ୍ନଭଣ୍ଡାର ଖୋଲିବା ନେଇ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢିଯାଇଛି । କେବେ ଖୋଲିବ ରତ୍ନ ଭଣ୍ଡାର ଏ ନେଇ ଚର୍ଚ୍ଚା ଲାଗି ରହିଛି। ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟଙ୍କ ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ବନାଥ ରଥଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ ହୋଇଛି। ଏନେଇ ଜଷ୍ଟିସ୍ ବିଶ୍ଵନାଥ ରଥ ପ୍ରତିକ୍ରିୟା ଦେଇଛନ୍ତି ଯେ ସରକାର ମତେ ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ଏହା କଠିନ କାମ, କାରଣ ୧୯୭୮ ମସିହାରେ ଶେଷ ଥର ପାଇଁ ଗଣତି ହୋଇଥିଲା । ପୁଣି ୪୬ ବର୍ଷ ପରେ ଖୋଲାଯିବ ରତ୍ନଭଣ୍ଡାର। ଭିତର ପାର୍ଶ୍ଵ ମରାମରି ଆବଶ୍ୟକ ରହିଥିବା ଭାରତୀୟ ପ୍ରତ୍ନତତ୍ଵ ବିଭାଗ କହିଛି। ରତ୍ନଭଣ୍ଡାର ଖୋଲିବା ନେଇ ଯେଉଁ କମିଟି ହେଇଛି ଆସନ୍ତା ୬ ତାରିଖରେ ତାର ପ୍ରଥମ ବୈଠକ ବସିବ।

ବୈଠକରେ ସମସ୍ତ ଦିଗକୁ ବିଚାର କରାଯିବ। ଯେଉଁ ଦାୟିତ୍ୱ ସରକାର ଦେଇଛନ୍ତି ତାକୁ ସଠିକ୍ ସମୟ ମଧ୍ୟରେ ସମାପନ କରିବାକୁ ଉଦ୍ୟମ କରାଯିବ। ନୀତିକାନ୍ତିରେ କିପରି ବିଭ୍ରାଟ ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ଏହି ପ୍ରକ୍ରିୟା ଭିତରେ ରଥଯାତ୍ରା କିମ୍ବା ଦର୍ଶନ କରିବାକୁ ଆସୁଥିବା ଦର୍ଶନାର୍ଥୀଙ୍କର କିଭଳି ସମସ୍ୟା ନ ହେବ ସେ ନେଇ ମଧ୍ୟ ଦୃଷ୍ଟି ଦିଆଯିବ। କମିଟିର ସମସ୍ତ ସଦସ୍ୟଙ୍କର ସହଯୋଗ ଏବଂ ଓଡିଶାବାସୀଙ୍କର ଆଶୀର୍ବାଦରେ ଏହି କାମ ସଠିକ ଭାବରେ ସମାପନ ହେବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ବନାଥ ରଥ ।

nis-ad
Leave A Reply

Your email address will not be published.