ଅତିଥି ଅଧ୍ୟାପକ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି

ଫୁଲବାଣୀ : ଫୁଲବାଣୀ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ସଞ୍ଜୟ ସ୍ମୃତି ମହିଳା ମହାବିଦ୍ୟାଳୟ ରେ ଅତିଥି ଅଧ୍ୟାପକ ନିଯୁକ୍ତି ରେ ବ୍ୟାପକ ଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଅଛି। ଶିକ୍ଷାଗତ ଯୋଗ୍ୟତା ଅଧିକ ଯଥା ସ୍ନାତୋତ୍ତର, କଳା ଭୂଷଣ ଥିବା ସହିତ ପାଞ୍ଚ ବର୍ଷ ଓ ସାତ ବର୍ଷର ଅଭିଜ୍ଞତା ଥାଇ ମଧ୍ୟ ନିଯୁକ୍ତି ପାଇନାହାନ୍ତି। କେବଳ ସ୍ନାତୋତ୍ତର ପିଲା ମାନଙ୍କୁ ଅଭିଜ୍ଞ ନଥିବା ପାର୍ଥି ମାନଙ୍କୁ ନିଯୁକ୍ତି ଦିଆଯାଇଛି। ଦୀର୍ଘ ୨୦୧୯ ମସିହାରେରୁ କାଯ୍ୟ କରିଆସୁଥିବା ଅତିଥି ଅଧ୍ୟାପକ ମାନଙ୍କୁ ସାକ୍ଷାତ କାର ନିଯୁକ୍ତି ଆଳରେ କାଟି ଦିଆଯାଇଛି। ସରକାରଙ୍କ ନିର୍ଦେଶକୁ ସମ୍ପୂର୍ଣ୍ଣ ଅବମାନ କରାଯାଇଛି। ନିର୍ଦ୍ଦେଶ ଥିଲା ଅଧିକ ଯୋଗ୍ୟତା ଓ ଅଭିଜ୍ଞ ମାନଙ୍କୁ ପ୍ରାଧାନ୍ୟ ଦେବା ପାଇଁ। ଯେହେତୁ ଅଧକ୍ଷ ନିଯୁକ୍ତି କମିଟି ମୁଖ୍ୟ ନିଜର ମାନମନି କରୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ ଥିଲା କଲେଜର ଜଣେ ବରିଷ୍ଠ ଅଧ୍ୟାପକ କମିଟିରେ ରହିବେ ତାହାକୁ ମଧ୍ୟ ପାଳନ କରାଯାଇନାହିଁ। ୨୦୨୩ରେ ନିଯୁକ୍ତି ପାଇଥିବା ଅଧ୍ୟାପକ ମାନଙ୍କୁ କମିଟିରେ ରଖି ଅଧ୍ୟକ୍ଷ ନିଜର ଆଧିପତ୍ୟ ଯାହିର କରୁଥିଲେ। ଏମିତିକି ସକାଳ ୯ ରୁ ରାତ୍ର ୯ ଯାଏ ଅତିଥି ଅଧ୍ୟାପକ ସାକ୍ଷାତ କାର ଚାଲିଥିଲା। ଯାହା ଫଳରେ ଦୂର ଦୁରନ୍ତରୁ ଆସିଥିବା ଆସାଇ ମାନେ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଯାହା ନିୟମ ବହିର୍ଭୁତ ଥିଲା। ତେଣୁ ସରକାରଙ୍କୁ ଅନୁରୋଧ ଏହାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉ । ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟାକୁ ସ୍ୱଚ୍ଚ କରିବା ପାଇଁ ଉଚ୍ଚ ଶିକ୍ଷା ବିଭାଗ OPSC କିମ୍ବା SSB ଦ୍ଵାରା କୁ ଦାୟିତ୍ଵ ଦେବାକୁ ଆଶାଇ ପ୍ରାର୍ଥୀ ଅନୁରୋଧ କରୁଛନ୍ତି।ଏ ନେଇ ମିଳିତ ନାଗରିକ ମଞ୍ଚ ଓ ବରିଷ୍ଠ ନାଗରିକ ମଞ୍ଚ କନ୍ଧମାଳ ଏହାର ତଦନ୍ତ ପାଇଁ ସରକାରଙ୍କୁ ଅନୁରୋଧ କରୁଛି l

nis-ad
Leave A Reply

Your email address will not be published.