ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ: ଡିସିପି

ଭୁବନେଶ୍ୱର: ଋଣ ସୁଝିବା ପାଇଁ ଟଙ୍କା ନଦେବାରୁ ନାରକୀୟ କାଣ୍ଡ । ବାପାଙ୍କୁ ହତ୍ୟା କଲା ପ୍ରଫେସର ପୁଅ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ। ଋଣ ଟଙ୍କା ସୁଝିବାକୁ ବାପାଙ୍କ ସହ ପୁଅର ଗଣ୍ଡଗୋଳ ହୋଇଥିଲା ପୁଅ ମାଗିଥିବା ଟଙ୍କା ନଦେବାରୁ ହତ୍ୟା କରାଯାଇଛି। ଘଟଣାସ୍ଥଳରୁ ପୋଲିସ୍ ଛୁରି ଏବଂ ରକ୍ତଲଗା କପଡା ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି ଅଧିକ ଖୋଳତାଡ ଚାଲିଛି। ଭାରତୀୟ ନ୍ୟାୟ ସଂହିତା ଅନୁସାରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ ଭୁବନେଶ୍ବର ମଞ୍ଚେଶ୍ବର ଥାନା ରଙ୍ଗମାଟିଆ ଅଞ୍ଚଳରେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟିଛି । ବାପାକୁ ଛୁରି ଭୁସି ହତ୍ୟା କଲା ପୁଅ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ବାପା ଓ ପ୍ରଫେସର ପୁଅଙ୍କ ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ହତ୍ୟାରେ ବ୍ୟବହୃତ ଛୁରୀ ଜବତ କରିବା ସହ ଘଟଣାର ତଦନ୍ତ କରୁଛି । ମୋବାଇଲ ଫୋନ ଯାଞ୍ଚରୁ ମିଳିଛି ହତ୍ୟା ନେଇ ତଥ୍ୟ। ପୁଅ ବାପାକୁ ହତ୍ୟା କରିଥିବା ସ୍ବୀକାର କରିଥିବା ସୂଚନା ଦେଇଛନ୍ତି ଡିସିପି।

nis-ad
Leave A Reply

Your email address will not be published.