ଏଥର ରଥଯାତ୍ରାରେ ଭକ୍ତଙ୍କ ଗଣତି ହେବ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ପୁରୀ: ଏଥର ରଥଯାତ୍ରାରେ ଭକ୍ତଙ୍କ ଗଣତି ହେବ । ଏନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଭକ୍ତ କେଉଁ ପଟରୁ ରଥଯାତ୍ରା ଦେଖିବା ପାଇଁ ପୁରୀ ଆସିବେ ସେନେଇ ଗଣନା ହେବ । ଏହା ପ୍ରଥମ କରି ରଥଯାତ୍ରାରେ ଆରମ୍ଭ ହୋଇଛି ବୋଲି କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡା । ହୋଟେଲ, ଧର୍ମଶାଳା ଲର୍ଜରେ ମଧ୍ୟ ଏହି ଗଣନା କରାଯିବ । ପୁରୀକୁ ସଂଯୋଗ କରୁଥିବା ୩ଟି ମୁଖ୍ୟ ମାର୍ଗରେ ଗଣନା କରାଯିବ । ରଥଯାତ୍ରାରେ ପ୍ରଭୁଙ୍କୁ ଦେଖିବା ପାଇଁ ସାଇକେଲ କିମ୍ବା ଚାଲି ଚାଲି ଆସୁଥିବା ଭକ୍ତ, କାର, ବାଇକ, ବସ୍, ଅଟୋରେ ଆସୁଥିବା ପ୍ରତ୍ୟକ ଜଣ ଭକ୍ତ ଗଣନାରେ ସାମିଲ ହେବେ ।

nis-ad
Leave A Reply

Your email address will not be published.