କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ : ଗଜପତି ମହାରାଜା

ପୁରୀ: କେବଳ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ । ଏ ନେଇ ଆଲୋଚନା ହୋଇ ସାରିଛି । ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଅନୁମତି ମଗା ଯାଇଛି । ଏହା କହିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ । ଭିତର ରତ୍ନଭଣ୍ଡାରର ମରାମତି ଆବଶ୍ୟକ । ତେବେ ରତ୍ନଭଣ୍ଡାର ଖୋଲା ହେଲେ ଯାଇ ସ୍ଥିତି କଣ ଅଛି ଏବଂ ତା ଭିତରେ କଣ ସବୁ ରହିଛି ତାହା ଜଣାପଡ଼ିବ ବୋଲି ଗଜପତି ମହାରାଜ କହିଛନ୍ତି ।

nis-ad
Leave A Reply

Your email address will not be published.