ଥାନା ପରିସରରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ପାଇଁ ବୈଠକ ଅନୁଷ୍ଠିତ

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ପରିସରରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଏହି ବୈଠକ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ପତିଙ୍କ ନିର୍ଦ୍ଦେଶ କ୍ରମେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ବଦଳି ହେଇଥିବାକୁ କିଛି ନିୟମକୁ ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ବିଭିନ୍ନ ସ୍ଥାନରୁ ଭଦ୍ରବ୍ୟକ୍ତି ଓ ସମାଜସେବୀ ଯୋଗ ଦେଇଥିଲେ | ପଙ୍କଜ କୁମାର ସାହୁ, ପ୍ରଫୁଲ୍ଲ ମିଶ୍ର, ଭରତ ତିହାଡ଼ି, ଜଗନ୍ନାଥ ସାହୁ, ମହମ୍ମଦ କମୃଦ୍ଦିନ, ଆଫ୍ଟାବ ଆଲମ, ଏମଡି ମୁନ୍ନା ହୁସେନ, ପ୍ରଭାକର ମହାନ୍ତି ଏବଂ ସମସ୍ତ ପୋଲିସ କର୍ମୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରି ଥିଲେ |

nis-ad
Leave A Reply

Your email address will not be published.