ଟେକେଲଗୁଡା ଆଇଇଡି ବିସ୍ଫୋରଣ ପରେ ସର୍ଚ୍ଚିଙ୍ଗରେ ୯ ନକ୍ସଲ ଗିରଫ

ମାଲକାନଗିରି, ୧।୭ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲା ଟେକେଗୁଡା ଠାରେ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ୯ ଜଣ ନକ୍ସଲଙ୍କୁ କାବୁ କରିବାରେ ସଫଳ ହୋଇଛି ପୁଲିସ।ଟେକାଲଗୁଡା ନକ୍ସଲ ବିସ୍ଫୋରଣ ପରେ ଜାଗରଗୁଣ୍ଡା ଅଞ୍ଚଳରେ ପୁଲିସ ତରଫରୁ ତଲାସି ଜାରି ରହିଥିଲା। ଆଜି ପୁଲିସ ଭିନ୍ନ ଭିନ୍ନ ଅଞ୍ଚଳରୁ ୯ ଜଣ ନକ୍ସଲଙ୍କୁ ଗିରଫ କରିଛି।ଗିରଫ ହୋଇଥିବା ୯ ଜଣ ନକ୍ସଲଙ୍କ ମଧ୍ୟରୁ ୪ ଜଣ ନକ୍ସଲ ଜୁନ୍ ୨୩ ତାରିଖରେ ଘଟିଥିବା ଟେକାଲଗୁଡା ନକ୍ସଲ ବିସ୍ଫୋରଣରେ ସମ୍ପୃକ୍ତ ଥିଲେ। ସୂଚନାଯୋଗ୍ୟ ଯେ ଗତ ମାସ ୨୩ ତାରିଖରେ ନକ୍ସଲମାନେ ଆଇଇଡି ବିସ୍ଫୋରଣ କରିଥିଲେ। ଯେଉଁଥିରେ ଦୁଇ ଯବାନ ସହୀଦ ହୋଇଥିଲେ। ତେବେ ଜିଲ୍ଲା ପୁଲିସର ଡିଆଇଜି , ୧୫୦ ବାଟାଲିୟନ ସିଆରପିଏଫ ଏବଂ କୋବ୍ରା ୨୦୧ ବାଟାଲିୟନର ମିଳିତ ସର୍ଚ୍ଚ ଅପରେସନରେ ୯ ନକ୍ସଲଙ୍କୁ ଗିରଫ କରିବାରେ ସଫଳତା ମିଳିଛି।ଏସପି କିରଣ ଚାଭାନ ଏହି ଘଟଣାକୁ ସୁନିଶ୍ଚିତ କରିଛନ୍ତି।

nis-ad
Leave A Reply

Your email address will not be published.