ଅନୁଗୁଳରେ ସେକ୍ସ ରାକେଟ ଠାବ, ଦୁଇ ରୁପଜୀବୀଙ୍କ ସହ ୪ ଅଭିଯୁକ୍ତ ଗିରଫ

ଅନୁଗୁଳ: ଅନୁଗୁଳ ମଦନମୋହନ ପଡାରେ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ପୁଲିସ । ଅନୁଗୁଳ ପୁଲିସ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ମଦନମୋହନ ପଡ଼ା ସ୍ଥିତ ବିକ୍ରମ ଲଜ ପଛ ପଟେ ଥିବା ଗୋଟିଏ ଦୁଇ ମହଲା ଘର ଉପରେ ଚଢ଼ାଉ କରିଥିଲା । ଚଢାଉ ବେଳେ ସେଠାରେ ଚାଲିଥିବା ଏକ ସେକ୍ସ ରାକେଟକୁ ଠାବ କରିଥିଲା । ଜାଞ୍ଚ କରି ପୁଲିସ ଦୁଇ ରୁପଜୀବୀଙ୍କୁ ଉଦ୍ଧାର କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗିରଫ ଅଭିଯୁକ୍ତମାନେ ହେଲେ କୁରୁମିଠା ଗାଁର ଶ୍ରୀଧର ବାରିକ, ଡେରଜଙ୍ଗ ଗାଁର ବ୍ରଜମୋହନ ସାହୁ, ମଦନମୋହନପଡ଼ା ଅହମଦ ଓ ନସିମ ଅହମଦ । ଅଭିଯୁକ୍ତମାନଙ୍କ ଗାଡି ଗୁଡ଼ିକୁ ଜବତ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

nis-ad
Leave A Reply

Your email address will not be published.