ରାସ୍ତା କଡରୁ ବାହାରିଲା ବଡ଼ ବଡ଼ ହୋଡିଂ, NHAI ସହ କଟକ ମହାନଗର ନିଗମର ମିଳିତ କାର୍ଯ୍ୟନୁଷ୍ଠାନ

କଟକ: ରାସ୍ତା କଡରୁ ବାହାର କରାଯାଉଛି ବଡ଼ ବଡ଼ ହୋଡିଂ । କାରଣ ଏହି ହୋଡ଼ିଂ ପାଇଁ ମଣିଷର ଜୀବନ ଯାଉଛି । ଟିକେ ପବନ ହେଲେ ହୋଡ଼ିଂ ପଡ଼ି ଯାଉଛି ଆଉ ଲୋକଙ୍କ ମୃତ୍ୟୁର କାରଣ ସାଜୁଛି । କିଛି ଦିନ ତଳେ ପୁନେ ଓ ମୁମ୍ବାଇରେ ହୋଡିଂ ପଡି ଅନେକ ଲୋକଙ୍କ ମୃତୁ ହେବା ସହ ବହୁ ଲୋକ ଆହତ ହୋଇଥିଲେ । ଏହି ଘଟଣା ପରେ ଏବେ ରାସ୍ତା କଡରୁ ହଟୁଛି ବଡ଼ ବଡ଼ ହୋଡିଂ। କାରଣ ଏଇ ବଡ଼ ବଡ଼ ହୋଡିଂ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ।

କଟକ ଗୋପାଳପୁର ନିକଟରେ NHAI ସହ କଟକ ମହାନଗର ନିଗମ ର ମିଳିତ କାର୍ଯ୍ୟନୁଷ୍ଠାନ ଦେଖିବାକୁ ମିଳିଥିଲା । ଗୋପାଳପୁର ମୁଖ୍ୟ ରାସ୍ତା କଡରେ ଲାଗିଥିବା ବଡ଼ ହୋଡିଂ ଗୁଡିକୁ ଉଚ୍ଛେଦ କରାଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଏହି ହୋଡିଂ ଉଚ୍ଛେଦ କାର୍ଯ୍ୟ ଆଗାମୀ ଦିନରେ ଜାରି ରହି ରାସ୍ତା କଡ଼ରେ ଥିବା ହୋଡିଂ ଗୁଡିକୁ ଉଚ୍ଛେଦ କରାଯିବ ଜଣାପଡିଛି । ସହର ଭିତରେ ହୋଡିଂ ଲଗାଇବା ପାଇଁ ସ୍ୱତନ୍ତ୍ର ନିୟମାବଳି ରହିଥିବା ବେଳେ , ସହର ଭିତରେ ବହୁ ହୋଡିଂ ଲାଗିଛି । ଆଗାମୀ ଦିନରେ ଏହାକୁ ଉଚ୍ଛେଦ କାରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜଣାପଡିଛି ।

nis-ad
Leave A Reply

Your email address will not be published.