କେନ୍ଦ୍ର ସରକାରଙ୍କ ସଚିବ ପଦବୀରେ ଓଡ଼ିଶା IAS ଅଧିକାରୀ ଅନୁ ଗର୍ଗ

ଭୁବନେଶ୍ୱର : ଉନ୍ନୟନ କମିଶନର ଅନୁ ଗର୍ଗଙ୍କୁ ମିଳିଲା ACC ଅନୁମତି । କେନ୍ଦ୍ରରେ ସଚିବ ବା ସଚିବ ରାଙ୍କର ପୋଷ୍ଟ ପାଇଁ ଅନୁମତି ଦେଲା ACC । ୧୯୯୧ ବ୍ୟାଚ୍ ଓଡ଼ିଶା କ୍ୟାଡର IAS ଅନୁ ଗର୍ଗ ।  ଅନୁ ଗର୍ଗ ଏବେ ଉନ୍ନୟନ କମିଶନର ଅଛନ୍ତି। ଆଇଏଏସ ଚନ୍ଦ୍ରଶେଖର କୁମାରଙ୍କୁ ମଧ୍ୟ ମିଳିଲା ACC ଅନୁମତି । ୧୯୯୨ ବ୍ୟାଚ ଓଡ଼ିଶା କ୍ୟାଡର IAS ଚନ୍ଦ୍ରଶେଖର କୁମାର। ଚନ୍ଦ୍ରଶେଖର କୁମାର ସଚିବ ସ୍ତରୀୟ ପଦ ପାଇଁ ଏମ୍ପାନେଲ ହେଲେ ।  ଗତକାଲି ACC ଉଭୟ ଆଇଏଏସଙ୍କୁ ଏମ୍ପାନେଲ କରିଛନ୍ତି  ।

ସୂଚନାଯୋଗ୍ୟ, ଗତକାଲି ରାଜ୍ୟ ସରକାର ରାଜ୍ୟକୁ ନୂଆ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ।  ମନୋଜ ଆହୁଜା ହୋଇଛନ୍ତି ରାଜ୍ୟର ନୂଆ ଶାସନ ସଚିବ ।  ମୂଳତଃ ପଞ୍ଜାବ ନିବାସୀ ତଥା ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚର ଏହି ବରିଷ୍ଠ ଆଇଏଏସ୍‌ଙ୍କୁ ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଓଡ଼ିଶା କ୍ୟାଡରକୁ ଫେରାଯାଇଥିଲା ।  ଏବେ ମୁଖ୍ୟ ଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କୁ ଆସନ୍ତା ଜୁଲାଇ ୩୦ ତାରିଖ ଅର୍ଥାତ୍ ଆସନ୍ତାକାଲି ଅବସର ଲାଗି ସରକାର ଅନୁମତି ଦେଇଛନ୍ତି । ଆଉ ମନୋଜ ଆହୁଜା ହେବାକୁ ଯାଉଛନ୍ତି ରାଜ୍ୟର ୪୫ତମ ମୁଖ୍ୟ ଶାସନ ସଚିବ ।

nis-ad
Leave A Reply

Your email address will not be published.