ଫୁଲବାଣୀ : ଜିଲ୍ଲା ପ୍ରଶାସନ, କନ୍ଧମାଳ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଆଜି ନିଶା ଦ୍ରବ୍ୟ ଓ ନିଶାଯୁକ୍ତ ଔଷଧର ଅପବ୍ୟବହାର ଏବଂ ଏହାର ଅବୈଧ ଚାଲାଣ ଖିଲାପରେ ଅନ୍ତର୍ଜାତୀୟ ଦିବସ- ୨୦୨୪ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ କହିଲେ, ନିଶା ସମସ୍ୟା ମାନବ ଜାତିକୁ ବିଭିନ୍ନ ଉପାୟରେ ପ୍ରଭାବିତ କରୁଛି । ତେଣୁ ପ୍ରତିରୋଧ ଓ ଚିକିତ୍ସା ଉପରେ ଆମର ଧ୍ୟାନ ଦେବା ଗୁରୁତ୍ବପୂର୍ଣ ହୋଇପଡ଼ିଛି । ମାଦକ ଦ୍ରବ୍ୟ ସେବନ ଜନିତ ରୋଗ କିମ୍ବା ନିଶା ଦ୍ରବ୍ୟ ସେବନରେ ଅଭ୍ୟସ୍ତ ହୋଇ ବହୁ ଯୁବକ ଏବଂ ବରିଷ୍ଠ ନାଗରିକ ଜୀବନ ସହ ସଂଘର୍ଷ କରୁଛନ୍ତି । ଆମେ ସେମାନଙ୍କ ପ୍ରତି ଧ୍ୟାନ ଦେବା ଉଚିତ୍। ଏଥିରେ ଜିଲ୍ଲା ପ୍ରଶାସନ ତଥା ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କର ପ୍ରମୁଖ ଭୂମିକା ରହିଛି । ତେବେ, ଡ୍ରଗ୍ଧ ବ୍ୟବହାର କରୁଥିବା ଲୋକମାନେ ଯେ ପର୍ଯ୍ୟନ୍ତ ମାଦକ ଦ୍ରବ୍ୟ ସେବନର ଭୟବହତା ସମ୍ପର୍କରେ ସଚେତନ ହୋଇନାହାଁନ୍ତି ସେ ପର୍ଯ୍ୟନ୍ତ ନିଶା ଦ୍ରବ୍ୟର ଅପବ୍ୟବହାରକୁ ରୋକାଯାଇପାରିବ ନାହିଁ ବୋଲି ମାନ୍ୟବର ବିଧାୟକ ଶ୍ରୀ ମଲ୍ଲିକ କହିଥିଲେ । ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି କହିଲେ, ପ୍ରତିବର୍ଷ ଏହି ଦିବସକୁ ପାଳନ କରାଯାଉଛି । ମାତ୍ର ସଚେତନତା ଓ ଇଚ୍ଛାଶକ୍ତି ଅଭାବରୁ ନିଶା ଦ୍ରବ୍ୟ ଅପବ୍ୟବହାରକୁ ରୋକାଯାଇପାରୁନାହିଁ।
ନିଶା ଦ୍ରବ୍ୟ ସେବନକାରୀ ମାନେ ମାନସିକ ସ୍ତରରେ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି କାରଣ ସେମାନଙ୍କୁ ସଠିକ୍ ଢଙ୍ଗରେ ସଚେତନ କରାଯାଇ ପାରୁନାହିଁ କିମ୍ବା ବିଭାଗୀୟ ଅଧିକାରୀ ମାନଙ୍କ ଦ୍ବାରା ରା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରୁନାହିଁ । ତେବେ, ସେମାନେ ବର୍ଷରେ କେବଳ ଗୋଟିଏ ଦିନ ତ୍ରଗ୍ଧ ଠାରୁ ଦୂରେଇ ରହିବାକୁ ସପଥ ନେଇଗଲେ ଆଜିର ଉଦ୍ଦେଶ୍ୟ ପୂରଣ ହେବ ନାହିଁ । ବରଂ ଡ୍ରଗ୍ମ ବ୍ୟକ୍ତି ଏବଂ ସେମାନଙ୍କ ପରିବାର ଉପରେ ଭେଦଭାବ ଓ କଳଙ୍କର ନକାରାତ୍ମକ ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିପାରିଲେ ନିଶା ଦ୍ରବ୍ୟ ଅପବ୍ୟବହାରକୁ କେତେକାଂଶରେ ରୋକାଯାଇପାରିବ। ଡା.ବିଜୟ ପଣ୍ଡା ନିଶା ଦ୍ରବ୍ୟ ସେବନ ଦ୍ଵାରା ହେଉଥିବା ରୋଗର ଭୟବହତା ଉପରେ ସୂଚନା ଦେଇଥିବାବେଳେ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀମତୀ ନିରୁପମା ଦୋରା ଅବକାରୀ ଓ ପୋଲିସ ବିଭାଗ ଦ୍ୱାରା ରାତିରେ ପାଟ୍ରୋଲିଂ କରି ସେମାନଙ୍କୁ ଭୟଭୀତ କରାଇପାରିଲେ କେତେକାଂଶରେ ଏହାକୁ ରୋକାଯାଇପାରିବ ବୋଲି କହିଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆସିଥିବା ନନ୍ଦିତା କୁମାରୀ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିଶା ଦ୍ରବ୍ୟ ସେବନରୁ ଦୂରେଇ ରହିବା ପାଇଁ ସଚେତନ କରିବାସହିତ ସେମାନଙ୍କ ଉପରେ ଧ୍ୟାନ ଦେବା ପାଇଁ ସେମାନଙ୍କ ପିତା ମାତାଙ୍କର ଦାୟିତ୍ଵ ହେବା ଉଚିତ୍ ବୋଲି କହିଥିଲେ । ଏତଦ୍ ବ୍ୟତିତ ଏଥିପାଇଁ ଥିବା ଅଇନ ଓ ଦଣ୍ଡବିଧାନ ଉପରେ ସେ ସୂଚନା ଦେଇଥିଲେ । ସେହିପରି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଳ ଶ୍ରୀ ସୁମନ କୁମାର ଟୁଡୁ, ଅବକାରୀ ବିଭାଗରୁ ଆସିଥିବା ନାରାୟଣ ସାହୁ, ଏବଂ ଅବକାରୀ ଇନ୍ସପେକ୍ଟର, ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟରୁ ଆସିଥିବା ଭଉଣୀ ସଞ୍ଜୁ ମଧ୍ୟ ଆଜିର ଏହି ଦିବସ ପାଳନର ଉଦ୍ଦେଶ୍ୟ ଉପରେ ସୂଚନା ଦେଇଥିଲେ।ଏହି ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର
କୃତୀପ୍ରତିଯୋଗୀମାନଙ୍କୁ ଅତିଥୁମାନଙ୍କ ଦ୍ଵାରା ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ସ୍ଥାନୀୟ ନଟରାଜ କଳା ମନ୍ଦିର ଏବଂ ବ୍ରହ୍ମାକୁମାରୀ ଇଶ୍ୱରୀ ବିଶ୍ଵବିଦ୍ୟାଳୟରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସଚେତନ ଧର୍ମୀ ନୃତ୍ୟ ଓ ନାଟକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଇତ୍ରୀ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବାବେଳେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ବିଦ୍ୟାଳୟ ଛାତ୍ରଛାତ୍ରୀ, କିନ୍ନର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ
ବିଭାଗ, ଏ ଦିଗରେ କାର୍ଯ୍ୟ କରୁଥିବା ସେଚ୍ଛାସେବୀ ଅନୁଷ୍ଠାନର ପଦାଧିକାରୀଙ୍କୁ ନେଇ ଏକ ର ଏକ ଶୋଭାଯାତ୍ରା ଜିଲ୍ଲାପାଳଙ୍କ
କାର୍ଯ୍ୟାଳୟରୁ ବାହାରିଥୁଲା ଯାହାକୁ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ଓ ଖଣ୍ଡମାଳ ମାଳ ଉପ-ଜିଲ୍ଲାପାଳ
ଚିତ୍ତ ରଞ୍ଜନ ମହନ୍ତ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।