ରତ୍ନଭଣ୍ଡାର ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ଓ ମରାମତି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ଏକ ବାଲୁକା ଚିତ୍ରକଳା କରି ରାଜ୍ୟ ସରକାରଙ୍କୁ ରତ୍ନଭଣ୍ଡାର ଖୋଲିବା ପାଇଁ ଅନୁରୋଧ କରିଥିଲେ ସୁଦର୍ଶନ । ବୋଲି ସେ ଚିଠିରେ ଲେଖିଛନ୍ତି ।

ସୁଦର୍ଶନ ଚିଠିରେ ଲେଖିଛନ୍ତି ଯେ, ବର୍ତ୍ତମାନ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଶୀଘ୍ର ଖୋଲାଯାଉ ଓ ଏହାର ତୁରନ୍ତ ମରାମତି କରାଯାଉ । କୋଟି କୋଟି ହିନ୍ଦୁଙ୍କ ଆସ୍ଥାର ପ୍ରତୀକ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଏଣୁ ଶ୍ରୀମନ୍ଦିରର ସୁରକ୍ଷା ବେଶ ଗୁରୁତ୍ବପୁର୍ଣ୍ଣ ।

ସେ ଆହୁରି ଲେଖିଛନ୍ତି ଯେ, ୨୦୧୮ରେ ଏଏସଆଇ ର ଟେକନିକାଲ କମିଟି ରତ୍ନଭଣ୍ଡାରର ଅନୁଧ୍ୟାନ କରିଥିଲା । ଯେଉଁଥିରେ ରତ୍ନଭଣ୍ଡାର ଭିତର ଅଂଶ କାନ୍ଥ, ଛାତ ଓ ଚଟାଣ ଅସୁରକ୍ଷିତ ଅବସ୍ଥାରେ ରହିଥିବା ଦେଖିବାକୁ ପାଇଥିଲା । ଏହାପରେ ଏହାର ତୁରନ୍ତ ମରାମତି ପାଇଁ ଏଏସଆଇ ପ୍ରସ୍ତାବ ଦେଇଥିଲା। । ଏହା ଭିତରେ ଏହି ଘଟଣାକୁ ଛଅ ମାସ ବିତିଯାଇଥିବାବେଳେ ରତ୍ନ ଭଣ୍ଡାରର ଭିତର ଭାଗ ଆହୁରି କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା କରି ଏହାର ତୁରନ୍ତ ମରାମତି ହେବା ଆବଶ୍ୟକ ଥିବା ନେଇ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

ଫେବ୍ରୁଆରୀ ୨୦୨୪ରେ ରତ୍ନଭଣ୍ଡାର ବାହାର ଭାଗରେ ହୋଇଥିବା ଲେଜର ସ୍କାନିଂ ବେଳେ ବି ଫାଟ ଥିବା ଜଣାପଡ଼ିଥିଲା । ଏହା ସତ୍ତ୍ବେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ଆଲୋଚୋନା ହେଉ ନଥିବାରୁ ସୁଦର୍ଶନ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେନେଇ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ରତ୍ନଭଣ୍ଡାର ମରାମତି ପାଇଁ ପଦକ୍ଷେପ ନିଅନ୍ତୁ ବୋଲି ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସୁଦର୍ଶନ ପଟ୍ଟନାୟକ ।

nis-ad
Leave A Reply

Your email address will not be published.