ଦୁଇ ନକଲି ନକ୍ସଲ ଗିରଫ

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ ୨ ନକଲି ମାଓବାଦୀ ଗିରଫ ହୋଇଛନ୍ତି । ଏ ନେଇ ସୂଚନା ଦେଲେ ଜୟପୁର ଏସଡିପିଓ ଅଙ୍କିତ ବର୍ମା । ବାଇକ, ମୋବାଇଲ ଓ ସିମ କାର୍ଡ ଜବତ ହୋଇଛି । ମାଓବାଦୀ ନାଁରେ ଧମକ ଦେଇ ଟଙ୍କା ଡିମାଣ୍ଡ କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଫୋନ କରି ଓ ମାଓ ବାଦୀଙ୍କ ଲେଟରପାଡ ବ୍ୟବହାର କରି ଚିଠି ପଠାଇ ଟଙ୍କା ଡିମାଣ୍ଡ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ନକ୍ସଲ ହେଲେ ବୈପାରିଗୁଡା ଥାନା ବିଚଲକଟା ଗାଁର ମୁଖ୍ୟ ଅଭିଯୁକ୍ତ କୁମ ଗଲେରୀ ଓ ବିସିଂ ପୁର ଥାନା ରାଣିଗଡ ଗ୍ରାମର ତ୍ରିପତି ହରିଜନ ।

nis-ad
Leave A Reply

Your email address will not be published.