ନିଟ୍ ପେପର ଲିକ୍ ବିଜେପି ଜାଣିଶୁଣି କରିଛି: ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଏସପି ନେତା ତଥା ପୂର୍ବତନ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ବିଜେପି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଅଖିଳେଶ ଯାଦବ କହିଛନ୍ତି ଜାଣିଶୁଣି ପେପର୍ ଲିକ୍ ହେଉଛି। ଏହା ହେଉଛି ବିଜେପି ସରକାରଙ୍କ କାର୍ଯ୍ୟକାରିତାର ପ୍ରମାଣ। ଯଦି ଆମେ ଇତିହାସକୁ ଦେଖିବା ତେବେ ଜଣାପଡ଼ିବ କେବଳ ବିଜେପି ସରକାରରେ ହିଁ ପେପର ଲିକ୍ ମାମଲା ସାମ୍ନାକୁ ଆସୁଛି।

ଅଖିଳେଶ ଯାଦବ କହିଛନ୍ତି ଲାଗୁଛି ବିଜେପି ସରକାର ଯୁବବର୍ଗମାନଙ୍କୁ ସଂରକ୍ଷଣ ଏବଂ ଚାକିରିରୁ ଦୂରେଇ ରଖିବାକୁ ଚାହୁଁଛନ୍ତି। ସେଥିପାଇଁ ଜାଣିଶୁଣି ପେପର ଲିକ୍ ହେଉଛି। ପିଲାମାନଙ୍କର ଚାହିଦା ଅନୁଯାୟୀ କାର୍ଯ୍ୟ କରାଯିବା ଉଚିତ୍। ଅଖିଳେଶ କହିଛନ୍ତି ଯଦି ଆମେ ଇତିହାସ ଦେଖିବା ତେବେ ସମସ୍ତ ସତ୍ୟ ଜଣା ପଡିବ। ନିଜର ଲୋକଙ୍କୁ ଖୁସି କରିବା ପାଇଁ ବିଜେପି ପେପର ଲିକ୍ କରିବା ଭଳି କାର୍ଯ୍ୟ କରିଥାଏ। ଉତ୍ତରପ୍ରଦେଶ ପ୍ରସଙ୍ଗ ଏବେ ଦିଲ୍ଲୀରେ ମଧ୍ୟ ପହଞ୍ଚିଛି। କୋଟି କୋଟି ଲୋକଙ୍କୁ ପ୍ରତାରଣା କରାଯାଇଛି।

ଅଖିଳେଶ କହିଛନ୍ତି ବିଜେପି ସରକାର ଯୁବବର୍ଗଙ୍କ ଭବିଷ୍ୟତକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ଏହା ପୂର୍ବରୁ ମଧ୍ୟ ଅଖିଳେଶ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ। ସେ କହିଥିଲେ ସରକାର ଏଭଳି ଏକ ଉପାୟରେ ଶିକ୍ଷା ଏବଂ ପରୀକ୍ଷା ବ୍ୟବସ୍ଥାକୁ ଠକ ମାଫିଆଙ୍କୁ ହସ୍ତାନ୍ତର କରିଛନ୍ତି।

ଅଖିଳେଶ କହିଛନ୍ତି ନିଟ୍ ପେପର ଲିକ୍ ହେଉଛି ଯୁବବର୍ଗଙ୍କ ଭବିଷ୍ୟତ ଉପରେ ସିଧାସଳଖ ଆକ୍ରମଣ। ସରକାର ଦୁର୍ନୀତିରେ ସମ୍ପୃକ୍ତ ଅଛନ୍ତି। ଯୁବବର୍ଗମାନଙ୍କୁ ପ୍ରତାରଣା କରାଯାଉଛି। କନଷ୍ଟେବଳ ନିଯୁକ୍ତି ପରୀକ୍ଷା ପେପର ଲିକ୍ ହେଉଛି ଦୁର୍ନୀତିର ପ୍ରମାଣ। ଅଖିଳେଶ ଯାଦବ କହିଛନ୍ତି ବର୍ତ୍ତମାନ ଯୁବବର୍ଗମାନଙ୍କୁ ହଇରାଣ କରିବା ପାଇଁ ଜାଣିଶୁଣି ପେପର ଲିକ୍ ହେଉଛି। ଏହା ହେଉଛି ବିଜେପିର ମାନସିକତା।

nis-ad
Leave A Reply

Your email address will not be published.