ଆସନ୍ତାକାଲିଠୁ ସ୍ୱାଭାବିକ୍‌ ହେବ ସ୍କୁଲ୍‌

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ସ୍ଵାଭାବିକ ହେବ ସ୍କୁଲ୍ । ରାଜ୍ୟରେ ପାଗ ଅନୁକୂଳ ରହିଥିବାରୁ ସମସ୍ତ ସ୍କୁଲ ସ୍ୱାଭାବିକ୍‌ ହେବା ନେଇ ନିଷ୍ପତ୍ତି ନିଆଯାଇଛି । ଏନେଇ ଗତ ଗୁରୁବାର ସରକାରଙ୍କ ତରଫରୁ ପ୍ରକାଶ ପାଇଥିଲା ଚିଠି ।

ଏହା ସହ ଗଣିତ ଶିକ୍ଷାକୁ ନେଇ ବ୍ଲକ ସ୍ତରୀୟ ଦିଆଯିବ ପ୍ରଶିକ୍ଷଣ । ଏହାଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହୋଇଥିବା ବେଳେ ଏହା ଦ୍ବାରା ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆସିବ । ଏଥିସହ ଛାତ୍ରଛାତ୍ରୀଙ୍କର ଗଣିତରେ ଭଲ ଜ୍ଞାନ ମଧ୍ୟ ଆସିବ ବୋଲି ଆଶା କରାଯାଉଛି । ସମୟ ସମୟରେ ଏଭଳି ପଦକ୍ଷେପ ନିଆଯିବ ଆବଶ୍ୟକ ରହିଛି। ଏହାଦ୍ୱାରା ପିଲାଙ୍କ ଗଣିତ ଶିକ୍ଷା ବୃଦ୍ଧି ହେବ।

ତେବେ ରାଜ୍ୟରେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି, ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ଜୁନ୍‌ ୧୮ ଗ୍ରୀଷ୍ମ ଛୁଟି ପରେ ବିଦ୍ୟାଳୟ ଗୁଡ଼ିକ ପୁନଃ ଖୋଲିବା ପରେ ପାଣିପାଗ ଅବସ୍ଥାକୁ ନେଇ ସ୍କୁଲ ସକାଳ ସାଢେ ୬ଟାରେ ସ୍କୁଲ ଖୋଲିବାକୁ ଥିବାବେଳେ, ସାଢେ ୧୦ଟା ଯାଏଁ କ୍ଲାସ୍ ଚାଲିବ । ଏହି କ୍ଲାସ୍‌ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ କ୍ଲାସ୍‌ ହେବ ବୋଲି କୁହାଯାଇଥିଲା । ପ୍ରତି ଜିଲ୍ଲାର ଜିଲ୍ଲାପାଳମାନେ ଖରାକୁ ଦେଖି ନିଜ ନିଜ ଜିଲ୍ଲାରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବେ ବୋଲି ପୂର୍ବରୁ କୁହାଯାଇଥିଲା।

ବର୍ତ୍ତମାନ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଗଣିତ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଛାତ୍ରଛାତ୍ରୀଙ୍କୁ ଗଣିତରେ ଅଧିକ ଜ୍ଞାନ ଅର୍ଜନ ପାଇଁ ଭଲ ପାଠ ପଢ଼ାଇବା ଲାଗି ଯେଉଁ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ତାହା ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।

nis-ad
Leave A Reply

Your email address will not be published.