୧୦୦ ଦିନ ମଧ୍ୟରେ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା, ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କା

ଭୁବନେଶ୍ୱର : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ଼ ବୟାନ୍‌ । ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ଼ ବୟାନ୍‌ ରଖିଛନ୍ତି । ସେ କହିଛନ୍ତି,ସୁଭଦ୍ରା ଯୋଜନା କ୍ୟାବିନେଟ ମୋହର ବାଜିବା ପରେ ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ ।

ନିଷ୍ପତ୍ତି ଅନୁଯାୟୀ ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଟଙ୍କା । ସମସ୍ତଙ୍କ ପାଖରେ ଏହି ସ୍କିମ ପହଞ୍ଚିବା ପାଇଁ ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି । ଆଉ ସ୍କିମ୍‌ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ।

ଜିଏସଟି କାଉନସିଲ ବୈଠକରେ ଏନେଇ ଆଲୋଚନା ହୋଇଛି। ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଟଙ୍କା। ଆଗାମୀ ଦୁଇ ବର୍ଷ ଭିତରେ ଏହି ଟଙ୍କାକୁ ମହିଳାମାନେ ନିଜ ଘରର ଆବଶ୍ୟକତା ଲାଗି ବ୍ୟୟ କରିପାରିବେ।

ଅନ୍ୟପକ୍ଷରେ ମା’ ନାଁ ରେ ଗଛଟିଏ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ୭ ଦିନ ଭିତରେ ମିଶନ୍ ଶକ୍ତିର ମା’ ମାନେ ଅଢେଇ କୋଟି ଗଛ ଲଗାଇବେ । ସାଢେ ୪ କୋଟି ଓଡିଆଙ୍କ ପାଇଁ ସାଢେ ଚାରି କୋଟି ଗଛ ଲଗାଇବାକୁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ମିଶନ ଶକ୍ତି ବିଭାଗ ଲକ୍ଷ୍ୟ ରଖିଛି । ପ୍ରଥମ ପର୍ଯ୍ୟାୟରେ ସାତ ଦିନ ମଧ୍ୟରେ ଅଢେ଼ଇ କୋଟି ଗଛ ଲଗେଇବେ ମିଶନ ଶକ୍ତିର ମହିଳା ମାନେ । ମିଶନ ଶକ୍ତିର ମାଆ ମାନେ ନିଜ ବାଡ଼ି କିମ୍ବା ରାସ୍ତା କଡ଼ରେ ଗୋଟିଏ ଲେଖା ଗଛ ଲଗେଇବେ । ଆଉ ଯିଏ ଯେଉଁ ଗଛ ଲଗେଇବେ ନିଜ ମାଆର ଯତ୍ନ ନେଲା ଭଳି ସେ ଗଛର ଯତ୍ନ ନେବେ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.