ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର : ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ ପଡ଼ିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୫୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି । ଗତ କାଲି ପର୍ଯ୍ୟନ୍ତ ଏହି ସଂଖ୍ୟା ୪୯ ରହିଥିଲା । ଗୁପ୍‌ଚୁପ୍, ଦହିବରା ଓ ଚୁସକି ଖାଇବା ଯୋଗୁଁ ସଂକ୍ରମଣ ସମସ୍ୟା ସୃଷ୍ଟି ହୋଇଛି ବୋଲି ପ୍ରାଥମିକ ଭାବେ ଚିହ୍ନଟ ହୋଇଛି । ଗତ ୨୦୧୪ ମସିହା ପରି ଏଥର ମଧ୍ୟ ପିଏଚ୍‌ଡି ପାଣିକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

ସଂଗ୍ରହ ହୋଇଥିବା ନମୁନାର ପରୀକ୍ଷା ରିପୋର୍ଟ ଆସିବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଅଯାଇଛି । ବର୍ତ୍ତମାନ ସଂକ୍ରମିତ ଅଞ୍ଚଳରେ ଘରକୁ ଘର ବୁଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସର୍ଭେ କାର୍ଯ୍ୟ ମଧ୍ୟ ଚାଲିଛି । ସ୍ଥିତି ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ରଖିଥିବା ବେଳେ ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ସଂକ୍ରମିତଙ୍କ ଠାରେ ଜଣ୍ଡିସ୍‌ର ଆଂଶିକ ପ୍ରଭାବ ରହିଛି । ବର୍ତ୍ତମାନ ସୁଦ୍ଧା କେହି ଡାକ୍ତରଖାନାରେ ଭର୍ତ୍ତି ହୋଇ ନାହାନ୍ତି l ସହରର କୁମ୍ଭାରପଡା, ସାଲିଆବଗିଚା, ପେନସନପଡା ଓ ଧୋବାପଡା ଅଞ୍ଚଳରୁ ମୋଟ ୫୯ ଜଣ ସଂକ୍ରମିତ ଚି଼ହ୍ନଟ ହୋଇଛନ୍ତି l ଏଥିରେ ଶିଶୁଙ୍କ ସଂଖ୍ୟା ଅଧିକ ରହିଛି l

nis-ad
Leave A Reply

Your email address will not be published.