ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ବିସ୍ପୋରକ ସହ ମାଓ ସାମଗ୍ରୀ ଜବତ…

ମାଲକାନଗିରି : ମାଲକାନଗିରି କାଲିମେଳା ବିଏସ ଏଫ ଯବାନଙ୍କୁ ସଫଳତା ଆଜି ୧୪୨ବିଏସଏଫ ବାଟାଲୀୟନ ଯବାନ ଙ୍କ ପକ୍ଷରୁ ଆନ୍ଦ୍ର ସୀମାନ୍ତ କୁର୍ମାନୁର ଓ ଦୁଲାଗଣ୍ଡି ଜଙ୍ଗଲରେ କୁମ୍ବିଙ୍ଗ ଅପରେସନ ସମୟରେ ମାଓ ଡମ୍ପ ଜବତ ହୋଇଛି । ମାଓବାଦୀ ଙ୍କ ଦ୍ଵାରା ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ଏକ ଗୁମ୍ଫା ମଧ୍ୟରେ ଲୁଚାଇ ରଖିଥିବା ବନ୍ଧୁକ,ବମ ବିସ୍ପୋରକ ଦ୍ରବ୍ୟକୁ ଜବତ କରିବା ସହ ମାଓ ବିସ୍ପୋରଣ ଯୋଜନା କୁ ପଣ୍ଡ କରିଦେଇଛନ୍ତି ।

ବିଶ୍ବସ୍ଥ ସୂତ୍ରରୁ ଖବର ପାଇ ଆଜି ସକାଳେ ସେ ପାହାଡ଼ କୁ ସର୍ଚ୍ଚ ଅପରେସନ ରେ ବିଏସଏଫ ଯବାନ ମାନେ ଯାଇଥିଲେ, ଜଙ୍ଗଲ ରେ ସର୍ଚ୍ଚ ଅପରେସନ ବେଳେ ଦୁଲାଗାଣ୍ଡି ପାହାଡ଼ ର ପଥର ସୁଡଙ୍ଗ ରେ ଏକ ଡମ୍ପ କୁ ଠାବ କରିଥିଲେ। ଯାଞ୍ଚ କରିବାରୁ ସେଥିରୁ ଏସବିଏମଏଲ ବନ୍ଧୁକ ଦୁଇଟି, ୯୮ଟି ଜିଲୋଟିନ ଷ୍ଟିକ,୨ଟି ଟିଫିନବମ, ଲ୍ୟାଣ୍ଡମା ଇ ନ ବ୍ୟବହୃତ ତାର,ବିସ୍ପୋରକ ଦ୍ରବ୍ୟ, ୨ଟି ସୋଲାର ପ୍ଲେଟ,୧୨ଭୋଲ୍ଟ ବ୍ୟାଟେରୀ,୩ଟି ଏଲପିଜି ସିଲିଣ୍ଡର, ୧୦ଟି ସାଲାଇନ ବଟଲ, କିଛି ଔଷଧ, ମାଓ ବ୍ୟାଗ, ମାଓ ପୋଷାକ,ଆଦି ମାଓ ସାମଗ୍ରୀ ଜବତ କରିଛନ୍ତି । ଓଡ଼ିଶାର ଏହି ଅଞ୍ଚଳଟି ରାଜ୍ୟ ସୀମାନ୍ତ କୁ ଲାଗିରହିଥିବାରୁ ଏହା ଏଓବି ମାଓ ଡିଭିଜନ ର କାମ ହୋଇଥାଇପାରେ ବୋଲି ପୁଲିସ ପକ୍ଷରୁ ସନ୍ଦେହ କରାଯାଉଛି।

nis-ad
Leave A Reply

Your email address will not be published.