ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣା; ଆସନ୍ତାକାଲି ୪ ଘଣ୍ଟା କର୍ଫ୍ୟୁ କୋହଳ

ବାଲେଶ୍ୱର: ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ ଘଟଣାକୁ ନେଇ ଦୁଇ ଦିନ ହେବ ପୂରା ସହରରେ କର୍ଫ୍ୟୁ ଲାଗିଥିବାବେଳେ ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଚାରି ଘଣ୍ଟା ପାଇଁ କୋହଳ କରାଯାଇଛି । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟାନ୍ତ କର୍ଫ୍ୟୁ କୋହଳ କରିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।

ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କରିପାରିବେ । ବାଲେଶ୍ୱର ସ୍ଥିତି ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ପରେ ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ।

ସୂଚନାଯୋଗ୍ୟ, ସୋମବାର ଟାଉନ ଥାନା ଅଧିନ ସୁନହାଟ ଅଞ୍ଚଳରେ ଏକ ନାଳରେ ରକ୍ତ ଭାସୁଥିବା କିଛି ଲୋକ ଦେଖିଥିଲେ । ରକ୍ତ କେଉଁଠୁ ଆସିଲା କିପରି ଆସିଲାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ତାହା ଗଣ୍ଡଗୋଳର ରୂପ ନେଇଥିଲା । ଟେକା ପଥର ମାଡ଼ରେ ୫ରୁ ଊର୍ଦ୍ଧ୍ଵ ଆହତ ହୋଇଥିବା ବେଳେ ପୋଲିସ କର୍ମଚାରୀ ଏବଂ ଏସପି ମଧ୍ୟ ଆହତ ହୋଇଥିଲେ । ହିଂସାକାଣ୍ଡ ବିଭିନ୍ନ ଅଞ୍ଚଳକୁ ବ୍ୟାପିବା ପରେ ସହରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି କରାଯାଇଛି ।

nis-ad
Leave A Reply

Your email address will not be published.