ବାଚସ୍ପତି ପାଇଁ ସୁରମା ପାଢ଼ୀଙ୍କ ନାଁ ଘୋଷଣା କଲା ବିଜେପି, ଦାଖଲ କଲେ ନାମାଙ୍କନ

ଭୁବନେଶ୍ୱର : ସୁରମା ପାଢୀ ବିଜେପିର ବାଚସ୍ପତି ପ୍ରାର୍ଥୀ ।  ବିଜେପି ବିଧାୟକ ଦଳ ବୈଠକ ପରେ ତାଙ୍କ ନାଁ ଘୋଷଣା ହୋଇଛି ।  ବାଚସ୍ପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ବିଜେପି ବିଧାୟକ ଦଳ ବୈଠକରେ ତାଙ୍କ ନାଁ ଉପରେ ମୋହର ବାଜିଥିଲା ।  ପରେ ବିଧାନସଭା ସଚ୍ଚିବାଳୟରେ ସେ ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ ଥିଲେ ।  ଆସନ୍ତାକାଲି ବାଚସ୍ପତି ନିର୍ବାଚନ ହେବ ।  ବିରୋଧୀ ଦଳ ପକ୍ଷରୁ ଏଯାଏ ବାଚସ୍ପତି ପ୍ରାର୍ଥୀ ନେଇ କୌଣସି ନିଷ୍ପତି ହୋଇନାହିଁ ।

ତେଇବେ ଦୁଇ ଥରର ବିଧାୟକ ହୋଇଛନ୍ତି ସୁରମା ପାଢ଼ୀ । ୨୦୦୪ ଓ ୨୦୨୪ରେ ରଣପୁରରୁ ବିଜୟୀ ହୋଇଛନ୍ତି। ୨୯ ଡିସେମ୍ବର ୧୯୬୦ରେ ଜନ୍ମ ନେଇଥିବା ସୁରମା ଉତ୍କଳ ବିଶ୍ବବିଦ୍ୟାଳୟରୁ ଗୃହ ବିଜ୍ଞାନରେରେ ସ୍ନାତ୍ତୋକତ୍ତର ସହ ଏଲଏଲବି କରିଛନ୍ତି । ପେଶାରେ ଆଇନଜୀବୀ ଥିବା ସୁରମା ୧୯୮୮ରେ ବିଜେପିରେ ଯୋଗ ଦେଇଥିଲେ । ୧୯୯୮ରୁ ୨୦୦୦ ଯାଏ ରାଜ୍ୟ BJMM ସଭାପତି ଥିଲେ । ୨୦୦୦ରୁ ୨୦୦୨ ଯାଏ BJMMର ରାଷ୍ଟ୍ରୀୟ ସଭାପତି ଥିଲେ । ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି । ଓଡ଼ିଶା ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି। ଭାରତ ସ୍କାଉଟ ଆଣ୍ଡ ଗାଇଡର ଉପସଭାପତି ଥିଲେ ସୁରମା ।

nis-ad
Leave A Reply

Your email address will not be published.