ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତ ହେଲେ ୨ ନୂଆ ଅଫିସର

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀଙ୍କ ଅଫିସରେ ନିଯୁକ୍ତ ହେଲେ ୨ ନୂଆ ଅଫିସର । ଜଣେ ହେଲେ ସତୀଶ ଚନ୍ଦ୍ର ସାମଲ । ଯିଏକି, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇଛନ୍ତି । ସେହିପରି ବିନୋଦ ବିହାରୀ ସିଂହଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ମିଳିଛି ।

ଏପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଧାନସଭା ନିର୍ବାଚନ ଜିତିଥିବା ବିଧାୟକଙ୍କ ଭିତରୁ ଗତକାଲି ୧୦୨ ଜଣ ବିଧାୟକ ଭାବେ ଶପଥ ନେଇଥିଲେ । ପ୍ରଥମେ ‌ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେଇଥିବାବେଳେ ଶେଷରେ ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ଶପଥ ଗ୍ରହଣ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପରେ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ କ୍ୟାବିନେଟ ମନ୍ତ୍ରୀ ଓ ପରେ ବିଧାୟକ ଶପଥ ନେଇଥିଲେ । ଆଠଗଡ଼ ବିଧାୟକ ତଥା ଅସ୍ଥାୟୀ ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପୂର୍ବରୁ ରାଜ୍ୟପାଳ ଶପଥ ଗ୍ରହଣ କରାଇଥିଲେ । ଆଜି ବାକି ୪୫ଜଣ ବିଧାୟକ ଶପଥ ପାଠ କରୁଛନ୍ତି । ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଏହି ଶପଥ ଉତ୍ସବ। ଦ୍ବିତୀୟ ଦିନରେ ଶପଥ ନେଉଛନ୍ତି ନବ ନିର୍ବାଚିତ ୪୫ ବିଧାୟକ । ତେବେ ଚଳିତ ବିଧାନସଭାକୁ ରେକର୍ଡ ୮୨ ଜଣ ବିଧାୟକ ପ୍ରଥମ ଥର ନିର୍ବାଚିତ ହୋଇଛନ୍ତି ।

nis-ad
Leave A Reply

Your email address will not be published.