ଜାଲରେ ପଡିଲା ୪ କ୍ବିଣ୍ଟାଲ ଓଜନର ମାଛ

ପାରାଦୀପ : ପାରାଦୀପରେ ଧୀବରଙ୍କ ଜାଲରେ ପଡ଼ିଛି ଗୋଟିଏ ବିରାଟକାୟ ମାଛ। ଏହାର ଓଜନ ପ୍ରାୟ ୪ କ୍ବିଣ୍ଟାଲ ହେବ। ମହାନଦୀରୁ ଧରାହୋଇଥିବା ମାଛକୁ ୧୦ ଜଣ ଲୋକ ପାଣିରୁ ଉଠାଇବାକୁ ନୟାନ୍ତ ହୋଇପଡ଼ିଥିଲେ। ମାଛଟି ଦେଖିବାକୁ ଗୋଲାକାର ଶାଙ୍କୁଚ ପରି ଦିଶୁଥିବାରୁ ସ୍ଥାନୀୟ ମତ୍ସ୍ୟଜୀବୀମାନେ “ଚାକୁଲି” ଓ କେହି କେହି “ଶଙ୍କର” ମାଛ ବୋଲି କହୁଛନ୍ତି।
ପାରାଦୀପର ଜଣେ ମାଛ ବ୍ୟବସାୟୀ ଏହାକୁ ୬୭ ହଜାର ଟଙ୍କାରେ ନିଲାମ ଧରିଛନ୍ତି। ଓଡ଼ିଶାରେ ଏହି ମାଛର ଚାହିଦା ନଥିବାରୁ ଏହାକୁ ଦୀଘା ମାର୍କେଟରେ ଲକ୍ଷାଧିକ ଟଙ୍କାରେ ବିକ୍ରି ପାଇଁ ପଠାଯାଇଛି।

nis-ad
Leave A Reply

Your email address will not be published.