ସୀମାନ୍ତ ରେ ମାଓବାଦୀଙ୍କ ସ୍ନାଇଫର ଜ୍ୟାକେଟ ଓ ବିପୁଳ ମାଓ ସାମଗ୍ରୀ ଜବତ କଲେ ଯବାନ…


ମାଲକାନଗିରି, ୧୫।୬ ମାଓବାଦୀ ବ୍ଯବହାର କରୁ ଥିଲେ ହାଇଟେକ୍ ସ୍ନାଇଫର ଜ୍ଯାକେଟ। ସ୍ନାଇଫର ଜ୍ଯାକେଟ ପିନ୍ଧି ପୁଲିସ କୁ ଚକମା ଦେଉ ଥିଲେ ଲାଲବାହିନୀ। ତେବେ ମାଓବାଦୀଙ୍କ ସ୍ନାଇଫର ଜ୍ଯାକେଟ ଏବେ ପୁଲିସ ହାତରେ। କୁମ୍ବିଂ ବେଳେ ଯବାନ ଙ୍କୁ ମିଳିଛି ଏହି ବଡ ସଫଳତା। ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲା କଂଗାଲତୋଙ୍ଗ ଜଙ୍ଗଲ ରେ ଡିଆରଜି, ବସ୍ତର ଫାଇଟର୍ସ ଓ କୋବ୍ରା ବାହୀନିର ଯବାନ ମାନେ ମାଓ ଦମନ ପାଇଁ କୁମ୍ବିଂ ଅପରେଶନ କରୁଥିଲେ। ଏହି ସମୟରେ ଯବାନଙ୍କୁ ଦେଖି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଚାଲି ଯାଇଥିଲେ। ତେବେ ଘଟଣା ସ୍ଥଳରେ ସର୍ଚ ଅପରେଶନ ବେଳେ ଘଟଣା ସ୍ଥଳରୁ ଏକ ମାଓ ଶିବିର ଓ ମାଟି ତଳୁ ମାଓବାଦୀଙ୍କ ଡମ୍ପ ଠାବ କରି ଥିଲେ ଯବାନ। ତନ୍ନ ତନ୍ମ କରି ଯାଁଚ କଲା ବେଳେ ସେଥିରୁ ବିପୁଳ ପରିମାଣରେ ବିସ୍ଫୋରକ ଦ୍ରବ୍ଯ, ଗୁଳିଗୋଳା ଓ ମାଓ ସାମଗ୍ରୀ ସମେତ ୩ଟି ସ୍ନାଇଫର ଜ୍ଯାକେଟକୁ ଠାବ କରିଛନ୍ତି ଯବାନ। ଘଂଚ ଜଂଗଲରେ ଯବାନ ମାନଙ୍କୁ ଚକମା ଦେଇ ସୁରକ୍ଷାକର୍ମୀଙ୍କ ଉପରେ ପ୍ରାଣଘାତି ଆକ୍ରମଣ କରିବା ଲାଗି ଏପରି ହାଇଟେକ୍ ସ୍ନାଇଫର ଜ୍ଯାକେଟ ପ୍ରସ୍ତୁତ କରି ଥିଲେ ଲାଲବାହିନୀ। ତେବେ ଏହି ସାମଗ୍ରୀ ଜବତ ପରେ ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ କୁ ଆହୁରି ଅଧିକ କରିଦିଆଯାଇଛି।

nis-ad
Leave A Reply

Your email address will not be published.