୫୪ ଔଷଧ ଶସ୍ତା, ମଧୁମେହ ରୋଗୀଙ୍କ ସମେତ କୋଟି କୋଟି ଲୋକ ଉପକୃତ ହେବେ

ନୂଆଦିଲ୍ଲୀ: ଔଷଧ ଖର୍ଚ୍ଚ ଦ୍ୱାରା ଗ୍ରାହକଙ୍କ ଘରୋଇ ଖର୍ଚ୍ଚ ବୃଦ୍ଧି ପାଇବାରେ ଲାଗିଛି। ଏହା ଦ୍ବାରା ଗ୍ରାହକ ମଧ୍ୟ ସମସ୍ୟାରେ ପଡୁଛନ୍ତି।ମାତ୍ର ଗ୍ରାହକଙ୍କ ପାଇଁ ଖୁସି ଖବର ଆସିଛି। ସେମାନଙ୍କର ମାସିକ ଖର୍ଚ୍ଚ ଏବେ ହ୍ରାସ ପାଇବ। ବାସ୍ତବରେ, କୋଟି କୋଟି ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରି ସରକାର କିଛି ଅତ୍ୟାବଶ୍ୟକ ଔଷଧର ଦର ହ୍ରାସ କରିଛନ୍ତି। ନାକ, କାନ, ହୃଦୟ ଏବଂ ମଧୁମେହ ରୋଗର ଚିକିତ୍ସାରେ ବ୍ୟବହୃତ ଔଷଧଗୁଡ଼ିକ ବର୍ତ୍ତମାନ କମ୍ ମୂଲ୍ୟରେ ଉପଲବ୍ଧ ହେବ। ଏସବୁ ବ୍ୟତୀତ ଲୋକମାନେ କମ୍ ମୂଲ୍ୟରେ ମଲ୍ଟିଭାଇଟାମିନ୍ ଔଷଧ ମଧ୍ୟ ପାଇପାରିବେ। ମୋଟ୍ ୫୪ ଔଷଧର ଦର ଶସ୍ତା ହୋଇଛି।
ନିକଟରେ ଜାତୀୟ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି (ଏନପିପିଏ) ଦ୍ୱାରା ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଠକରେ ଔଷଧର ମୂଲ୍ୟ ହ୍ରାସ କରିବାକୁ ଆଲୋଚନା ହୋଇଥିଲା। ଏହାକୁ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଫଳ‌ରେ ୫୪ ଟି ଅତ୍ୟାବଶ୍ୟକ ଔଷଧ ସହିତ ୮ ଟି ସ୍ବତନ୍ତ୍ର ଔଷଧର ଦର ହ୍ରାସ କରାଯାଇଛି।
ସେସବୁ ଔଷଧ ମଧ୍ୟରେ ମଧୁମେହ ଔଷଧ,ହୃଦୟ ଔଷଧ,ଆଣ୍ଟିବାୟୋଟିକ୍,ଭିଟାମିନ୍ ଡି,ମଲ୍ଟି ଭିଟାମିନ୍ ,କାନ ଔଷଧ, ନାକ ଔଷଧ ଆଦି ରହିଛି।
ଏହା ସହିତ ୮ ଟି ସ୍ୱତନ୍ତ୍ର ଔଷଧର ଦର ମଧ୍ୟ ହ୍ରାସ କରାଯାଇଛି | ଗତ ମେ’ମାସରେ ସରକାର ଔଷଧର ଦର ହ୍ରାସ କରିଥିଲେ। ସେତେବେଳେ ୪୧ ଟି ଜରୁରୀ ଔଷଧ ଏବଂ ୬ ଟି ବିଶେଷ ଔଷଧର ଦର ହ୍ରାସ କରାଯାଇଥିଲା | ଏଥିରେ ଏସିଡିଟି, ଗ୍ୟାସ୍, ପେନ୍ କିଲର, ଆଲର୍ଜି ଏବଂ ଯକୃତ ଔଷଧ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ମଧୁମେହ, ଆଣ୍ଟିବାୟୋଟିକ୍, ହୃଦୟ ଏବଂ ମଲ୍ଟି ଭିଟାମିନ୍ ଔଷଧ ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା।
ପରିସଂଖ୍ୟାନ ଅନୁସାରେ ଭାରତରେ ୧୦ କୋଟିରୁ ଅଧିକ ମଧୁମେହ ରୋଗୀ ଅଛନ୍ତି, ଯେଉଁମାନେ ଶର୍କରାସ୍ତର ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ଔଷଧ ସେବନ କରୁଛନ୍ତି। ଏଭଳି ପରିସ୍ଥିତିରେ ମଧୁମେହ ରୋଗୀମାନେ ଔଷଧ ଦର ହ୍ରାସ ଯୋଗୁ ଉପକୃତ ‌ହୋଇପାରିବେ।

nis-ad
Leave A Reply

Your email address will not be published.