ପୋଲିସ ତଦନ୍ତ କୁ ନେଇ ଉଠିଲା ଆଙ୍ଗୁଠି : ପାଉଁଶ ତଳର ନିଆଁ ନେଲା ଉଗ୍ର ରୂପ…

ମାରାଣ ଅସ୍ତ୍ର ଥିବା ଗାଡିକୁ ପୋଲିସ ଛାଡିଲା କାହିଁକି…???

ଉମରକୋଟ ( ୧୫/୦୬/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ, ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ହାତୀବେନା ଡିଏନକେ ଗ୍ରାମରେ ଗୋଷ୍ଟୀ କନ୍ଦୋଳକୁ ନେଇ ବିଗତ ୦୭/୦୩/୨୦୨୪ ରିଖରେ ଆମ ନିଃସର୍ତ୍ତ ନ୍ୟୁଜରେ ପାଉଁଶ ତଳର ନିଆଁ ହାତୀବେନା ଡିଏନକେ ଗ୍ରାମରେ କିଛିବି ଅଘଟନ ଘଟିପାରେ ବୋଲି ଖବର ପ୍ରକାଶିତ ହୋଇଥିଲା ଯାହାକି ତାହା ଗତ କାଲି ତାହା ସତ ହେଲା। ଏଠାରେ ସୂଚନା ଥାଉକି ଏକ ବର୍ଷ ଉପରେ ହେବ ହାତୀବେନା ଡିଏନକେ ଗ୍ରାମରେ ସେଟଲର ଓ ଅନସେଟଲର ପରିବାରକୁ ନେଇ ଜବର ସରକାରୀ ଜବର ଦଖଲ (ଏନକୋ୍ଲୋଜମେଣ୍ଟ ) ଜମିକୁ ନେଇ ଗୋଷ୍ଟୀ କନ୍ଦୋଳ ଲାଗି ରହିଥିଲା । ଅନସେଟଲର ପରିବାର ମାନେ ହାତୀବେନା ଡିଏନକେ ଗ୍ରାମରେ ଥିବା ମୁଖ୍ୟ ଏନକୋ୍ଲୋଜମେଣ୍ଟ ଜାଗା ଗୁଡିକ ଜବର ଦସ୍ତି ମାଡ଼ି ବସିଛନ୍ତି। ଯାହାକି ସରକାରଙ୍କ କୌଣସି ଉର୍ଣ୍ଣୟନ ମୂଳକ କାର୍ଯ୍ୟ ଆସିଲେ ସେହି କାର୍ଯ୍ୟ କରିବା ପାଇଁ ଗ୍ରାମ ଭିତରେ କୌଣସି ସରକାରୀ ଜମି ନାହିଁ। ଜଣେ ଜଣେ ଅନସେଟଲର ପରିବାର ମାନେ ଗ୍ରାମ ସଂଲଙ୍ଗ ଏନକୋ୍ଲୋଜମେଣ୍ଟ ଜମିକୁ ଏକ , ଦୁଇ , ତିନି, ଚାରି, ପାଞ୍ଚ ଏକର ପର୍ଯ୍ୟନ୍ତ ନିଜ ନିଜ ଅକ୍ତିଆରରେ ରଖି ଭୋଗ ଦଖୋଲ କରି ଆସୁଛନ୍ତି। ହାତୀବେନା ଡିଏନକେ ଗ୍ରାମ ଭିତରେ ମନ ମତାବକ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ କୌଣସି ଜାଗା ନାହିଁ, ଯାହାଫଳରେ ସରକାରୀ କାର୍ଯ୍ୟ ପାଇଁ ଅନୁଦାନ ଗ୍ରାମକୁ ଆସିଲେ ଜାଗା ଅଭାବରୁ ଫେରି ଯାଉଛି। ଏଥି ପାଇଁ ସେଟଲର ମାନେ ଅନସେଟଲର ଵାଲା ମାନଙ୍କୁ ଗ୍ରାମର କାର୍ଯ୍ୟ ପାଇଁ ଟିକେ ଟିକେ ଜମି ଛାଡ଼ କହିବାରୁ ଏହି ଗୋଷ୍ଟୀ କନ୍ଦଳ ର ସୂତ୍ର ପାତ ହୋଇଥିଲା । ବିଗତ ୧୨/୦୬/୨୦୨୪ ରିଖ ଦୁଇ ଗୋଷ୍ଟୀ ଗଣ୍ଡଗୋଳ ହୋଇ ରାଇଘର ଥାନାର ଦ୍ଵାରସ୍ତ ହେବା ପରେ ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଦୁଇ ପକ୍ଷର କେସ ରେଜିଷ୍ଟ୍ରସନ କରିଥିଲେ। କିନ୍ତୁ ଗତ କାଲି ୧୪/୦୬/୨୦୨୪ ରିଖ ଦୁଇ ଗୋଷ୍ଟୀ ଭିତରେ ଏହା ଏତେ ଉଗ୍ରରୂପ ନେଲା ଯେ, କିଏ କାହାକୁ ଜୀବନରେ ମାରି ଦେବାକୁ ପଛେଇଲେ ନାହିଁ।ଦୁଇ ଗୋଷ୍ଠିର ମାରାଣତ୍ମକ ଆକ୍ରମଣରେ ଅନସେଟଲର ଶରତ ମଲ୍ଲିକ ପିତା ଇଶ୍ୱର ଧନନଜୟ ମଲ୍ଲିକ ଓ ତାଙ୍କ ପୁଅ ଏବଂ ସେଟଲର ଜଗତ ଜୀବନ ବିଶ୍ୱାସ ପିତା ଶିରୋମନି ବିଶ୍ୱାସଙ୍କୁ ଅବସ୍ଥା ସଙ୍କଟ ପୂର୍ଣ୍ଣ ଥିବାରୁ ରାଇଘର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଉମରକୋଟ ଜୋନାଲ ହସ୍ପିଟାଲକୁ ସ୍ଥାନ୍ତରିତ କରାଯାଇଛି । ସେମାନଙ୍କର ମୁଣ୍ଡରେ ଓ ହାଥରେ ଆଘାତ ପ୍ରାପ୍ତ ହେବା ସହିତ ତିନି ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଉଲ୍ଲେଖ ଥାଉ ବିଗତ ୦୭/ମାର୍ଚ୍ଚ / ୨୦୨୪ ରିଖ ନବରଙ୍ଗପୁର ମାନନୀୟ ସାବ କଲେକ୍ଟର ମହାଶୟ, ରାଇଘର ତହସିଲଦାର, ଆର ଆଇ, ଥାନା ଭାରପ୍ରାପ୍ତ ଅଧିକାରୀ ଓ ଅତିରିକ୍ତ ତହସିଲଦାର ସମସ୍ତେ ହାତୀବେନା ଡିଏନକେ ଗ୍ରାମକୁ ଯାଇ ଏହି ଗୋଷ୍ଟୀ କନ୍ଦଳ ର କୌଣସି ସୁସ୍ଥ ମିମାଂସା ନ କରି ଫେରି ଯାଇଥିଲେ। ଯାହାକୁ ନେଇ ଅଞ୍ଚଳବାସୀ ଏବେ ପ୍ରଶାସନ ଉପରେ ସନ୍ଦେହ କରୁଛନ୍ତି , ପ୍ରଶାସନ କିଛି ମୁଷ୍ଟିମେୟ ଲୋକଙ୍କ କଥା ଶୁଣି ଏହି ଗୋଷ୍ଟୀ କନ୍ଦୋଳର ସୂତ୍ରପାତ ହୋଇଛି ବୋଲି ସନ୍ଦେହ ହେଉଛି । ଏବଂ ଏହି ମୁଷ୍ଟିମେୟ ଲୋକ ମାନେ ହି ଅନସେଟଲର ପରିବାରକୁ ସାହାରା ଦେଉଛନ୍ତି ବୋଲି ଚର୍ଚ୍ଚା ହେଉଛି ଏବଂ ପୋଲିସ ନିରପେକ୍ଷ ତଦନ୍ତ ନକରି ଏକ ତରଫା ତଦନ୍ତ କରୁଛି ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଓ ସାଧାରଣ ରେ ଅଭିଯୋଗ ହେଉଛି । ଗୋଷ୍ଟୀ କନ୍ଦୋଳ କରାଇବା ଓ ଉସକାଇବା ବ୍ୟକ୍ତିଙ୍କ ପ୍ରତି ପ୍ରଶାସନ ଦୃଢ଼ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କଲେ ଏହି ଗୋଷ୍ଠୀ କନ୍ଦୋଳର ପରି ସମାପ୍ତି ହେବ କହି ରାଇଘର ଅଞ୍ଚଳବାସୀ ବା ଆଖ ପାଖ ଗ୍ରାମ ରେ ଆଲୋଚନା ର ବିଷୟ ପାଲଟିଛି। ଅନସେଟଲର ଵାଲା ମାନେ ଗଣ୍ଡଗୋଳ କରିବା ପାଇଁ ଏକ ଓମିନି ଗାଡି ଯାହାର ନମ୍ବର OR 24A 9244 ରେ ପଥର, ବାଡ଼ି, ସାବଲ, କାତି ଓ ଲୁହା ରଡ଼ ନେଇ ଥାନା ସନ୍ମୁଖରେ ରଖିଥିଲେ।

ସେଟଲର ଫ୍ୟାମିଲି ମାନେ ଏହା ଦେଖି ତୁରନ୍ତ ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ କହିବା ପରେ ଗାଡିଟିକୁ ଥାନା ଭିତର କୁ ନିଆ ଯାଇଥିଲେ। କିନ୍ତୁ ଆଜି୧୫/୦୬/୨୦୨୪ ରିଖ ସକାଳେ ଯିବା ପରେ ଦେଖିବାକୁ ମିଳିଲା ଗାଡିଟିକୁ ଜବତ କରିବା ପରିଵର୍ତ୍ତେ ବିନା ତଦନ୍ତ ରେ ମାରାଣ ଅସ୍ତ୍ର ଗଛିତ ଥିବା ଗାଡି ଟିକୁ ପୋଲିସ ଛାଡି ଦେଇଛି ଯାହାକି ପୋଲିସ ର ତଦନ୍ତ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି, ପ୍ରମାଣ ନଷ୍ଟ କରିବା ପାଇଁ ପୋଲିଶ ପ୍ରଶାସନ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଅନସେଟଲର ଵାଲା ମାନଙ୍କୁ ସାହାଯ୍ୟ କରୁଛନ୍ତି ଯାହାକି ସାଧାରଣ ରେ ଚର୍ଚ୍ଚା ହେଉଛି । ଉକ୍ତ ଗାଡି ବିଷୟରେ ପୋଲିସ କୁ ପଚାରିବାରୁ ପୋଲିସ କିଛି ନଜାଣିବା ପରି ଅଭିନୟ କରିବା ପୋଲିସ ସନ୍ଦେହ ଘେରକୁ ଆସି ଯାଉଛି ଳ ଯଦି ଆଗାମୀ ଦିନରେ କିଛି ବି ଅଘଟଣ ଘଟେ ତେବେ ପୋଲିସ ହିଁ ଦାୟୀ ରହିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ସବୁଠୁ ବଡ଼ ଆଶ୍ଚର୍ଯ୍ୟ ର ବିଷୟ ସେଟଲର ଵାଲା ମାନେ ଥାନାରେ ଅନସେଟଲର ଯୋଉଁ ମାନଙ୍କ ନାମରେ କେସ ଦେଇଥିଲେ ସେମାନଙ୍କୁ ଥାନାରେ ନ ବସାଇ ଅନ୍ୟ ମାନଙ୍କୁ ଆଣି ଥାନାରେ ବସାଇଛନ୍ତି ଏବଂ ସେଟଲର ଯୋଉଁ ମାନଙ୍କ ନାମରେ ଅନସେଟଲର ମାନେ କେସ ଦେଇଥିଲେ ସେମାନଙ୍କୁ ପୋଲିସ ନ ଆଣି ନିରୀହ ସେଟଲର ମାନଙ୍କୁ ରାତି ଅଧରେ ଘର ଗେଟର ତାଲା ଭାଙ୍ଗି ନଅ ଜଣଙ୍କୁ ଥାନାରେ ଆଣି ଅଟକ ରଖିଛନ୍ତି।ମୁଖ୍ୟ ଗୋଷ୍ଟୀ କନ୍ଦୋଳ କରାଇବା ବ୍ୟକ୍ତି ଶ୍ୟାମଳ ମଲ୍ଲିକ ପିତା ଇଶ୍ୱର ମନୋରଞ୍ଜନ ମଲ୍ଲିକଙ୍କ ଠାରୁ ପୋଲିସ ମୋଟା ଅଙ୍କର ଟଙ୍କା ନେଇ ରାତିରେ ଛାଡି ଦେଇଛି ବୋଲି ହାତୀବେନା ଡିଏନକେ ଗ୍ରାମର ସେଟଲରଵାଲା ମାନେ ଅଭିଯୋଗ କରିଛନ୍ତି। ଏହି କେସ ବିଷୟରେ ରାଇଘର ଥାନାର ଏସ ଆଇ ମଙ୍ଗରାଜ ଙ୍କୁ ପଚାରିବାରୁ ୧୮୫, ୧୮୬, ୧୮୭ ରେ କେସ ରୁଜୁ କରି ତଦନ୍ତ ଚାଲୁଛି ବୋଲି କହିଛନ୍ତି ଏବଂ ସାମ୍ବାଦିକ ଉକ୍ତ ଗାଡି ବିଷୟରେ ଏବଂ ଘଟଣା ର ସମ୍ପୂର୍ଣ୍ଣ ବିଷୟ ଜାଣିବାକୁ ଚାହିଁଲେ ” ମୋର ମୁଣ୍ଡ ଖରାପ କରୁନ୍ତୁ ନାହିଁ “କହି ଅଭାଦ୍ରାମୀ ର ପରିଚୟ ଦେଉଛନ୍ତି । ହାତୀବେନା ଡିଏନକେ ଗ୍ରାମରେ ବର୍ତ୍ତମାନ ପୋଲିସ ପ୍ରଶାସନ ଜାଗ୍ରତ ଅଛନ୍ତି। କିନ୍ତୁ ପୋଲିସ ଯଦି ଟଙ୍କା ଖାଇ ଏକ ତରଫା ତଦନ୍ତ କରି ନିରୀହ ଲୋକଙ୍କୁ ଉଠାଏ ତେବେ ବିଗତ ଦିନରେ ଘଟି ଯାଇଥବା ରାଇଘର ଗୁଳି କାଣ୍ଡ ର ପୁନରାବୃତ୍ତି ହୋଇ ପାରେ ଏବଂ ଏଥି ପାଇଁ ଖୋଦ ପୋଲିସ ହିଁ ଦାୟୀ ରହିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି l ତେଣୁ ଜିଲ୍ଲା ପ୍ରଶାସନ ଏହାକୁ ଅତି ଗୁରୁତର ସହିତ ନେଇ ନିରପେକ୍ଷ ତଦନ୍ତ କଲେ ପରିସ୍ଥିତି ସୁଧୁରିବ ବୋଲି ଅଞ୍ଚଳ ର ବୁଦ୍ଧିଜୀବୀ ଅନୁରୋଧ କରିଛନ୍ତି l

nis-ad
Leave A Reply

Your email address will not be published.