ଗ୍ରାମବାସୀଙ୍କୁ ଭୁଆ ବୁଲାଇ ଗ୍ୟାସ ସିଲିଣ୍ଡର ଲୁଟିନେଲେ ବିତରକ…

ମାଲକାନଗିରି : କେନ୍ଦ୍ରସରକାରଙ୍କ ବହୁବିଧ ଯୋଜନା ମଧ୍ୟରୁ ଉଜାଲା ଗ୍ୟାସ ପ୍ରତି ଘରକୁ ଯୋଗାଇବା ଏକ ଚ୍ୟାଲେଞ୍ଜ ହୋଇପଡ଼ିଥିଲା l ଦୀର୍ଘ ଦିନ ହେବ ଗ୍ରାମଞ୍ଚଳର ମହିଳାମାନେ ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହୀତ କରିବା ସହ ନିଜନିଜର ରୋଷଇକାମ ସମ୍ପାଦନ କରୁଥିଲେ ଯାହାଦ୍ୱାରା ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଥିବା ସହ ପରିବେଶ ପ୍ରଦୂଷଣ ଧୂଆଁ ଯୋଗୁଁ ଆଖି ଏବଂ ଶ୍ୱାସ ଜନିତ ରୋଗ ଗ୍ରାମଞ୍ଚଳରେ ଅଧିକଲାଗି ରହୁଥିଲା l 2014ରେ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ୱଳ୍ପ ମୂଲ୍ୟରେ ଉଜାଲା ଯୋଜନାରେ ପ୍ରତି ଘରକୁ ଗ୍ୟାସ ପହଞ୍ଚାଇବା ଦ୍ୱାରା ଗ୍ରାମବାସୀଙ୍କ ସପ୍ନ ପୂରଣ ହୋଇଥିଲା l ଯାହା ଦ୍ୱାରାକି ଗ୍ରାମବାସୀଙ୍କର ଜଙ୍ଗଲରୁ କାଠ ସଂଗ୍ରହ ହ୍ରାସ ପାଇବା ସହ ନିଜନିଜର କୌଳିକ ବୃତି ହେଉ କିମ୍ବା ଦିନ ମଜୁରୀ ଖୋଜିବାକୁ ସହଜ ହୋଇପାରୁଥିଲା l ଦୀର୍ଘ କିଛି ଦିନ ବିତିବା ପରେ ଗ୍ରାମାଞ୍ଚଳରେ ଗ୍ୟାସ ବିତରକ ଗ୍ରାମାଞ୍ଚଳ ଠାରୁ ଦୂରରେ ରହିବାରୁ କିଛି ଅଂଚଳରେ ବିତରକମାନେ ଏହାର ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି l ଏହି ଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ତେଲାମଗୁଡା ଗ୍ରାମରେ l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ରାଘବ ରାଓ ସେହି ଗ୍ରାମରୁ ଚାରିମାସ ତଳେ ପ୍ରାୟ 16ଜଣ ଗ୍ରାମବାସୀଙ୍କ ଠାରୁ ପୁରୁଣା ଗ୍ୟାସ ସିଲିଣ୍ଡର ବଦଳରେ ନୂତନ ଗ୍ୟାସ ସିଲିଣ୍ଡର ନିର୍ବାଚନ ପରେ ତୁମମାନଂକୁ ଦେବାକୁ କହିବା ସହ ଖାଲି ଗ୍ୟାସ ସିଲିଣ୍ଡର ନିଜ ସାଥିରେ ନେଇଯାଇଥିଲେ l ଏ ବାବଦରେ ବିତରକଙ୍କୁ ଯୋଗାଯୋଗ କରିବାରୁ ଏହାନିୟମ ରହିଛି ୫ବର୍ଷ ବ୍ୟବହାର ନ କଲେ ଗ୍ୟାସ ସିଲିଣ୍ଡର ବଦଳ ହେବ ।ଯାହା ଫଳରେ ସେହି ଅଂଚଳବାସି ଜାଳେଣି କାଠ ଉପରେ ନିର୍ଭରଶିଳ ହୋଇଥିବା ଦେଖିବାକୁ ମିଳିଛି l ଏହି ବାବଦରେ ଆମେ ପଡିଆ ଯୋଗାଣ ଅଧିକାରୀ କୁମୁଦ ଗମାଙ୍ଗଙ୍କୁ ଯୋଗାଯୋଗ କରିବାରୁ ସେ ସରକାରଙ୍କ ତରଫରୁ ପୁରୁଣା ଗ୍ୟାସ ବଦଳରେ ନୂତନ ସିଲିଣ୍ଡର ଭଳି ଯୋଜନା କିମ୍ୱା ସରକାରୀ ନିର୍ଦେଶ ଆମ ପାଖରେ ନାହିଁ ଏବଂ ଏହି ଭଳି ନିର୍ଦେଶ ଆମେ କାହାରିକୁ ଦେଇନାହୁଁ ବୋଲି କହିଥିଲେ l ଏଥି ସହ ଆମେ ମାଲକାନଗିରି ଇଣ୍ଡିଆନ ଅଇଲର ଏସଡିପି ମ୍ୟାଡମଙ୍କୁ ପଚାରିବାରୁ କମ୍ପାନୀ ପକ୍ଷରୁ ଏଭଳି ନିର୍ଦେଶ ନଥିବା ଏବଂ ଆମକୁ କେହି ଏହି ବାବଦରେ ଅଭିଯୋଗ କରିନାହାନ୍ତି ତା ସହ ଅଭିଯୋଗ ପାଇଲେ ତାହାର ତଦନ୍ତ କରିବୁ ବୋଲି କହିଛନ୍ତି l ହୁଏତ ଏଭଳି ଘଟଣା ଗୋଟିଏ ଦେଖାଯାଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ସଠିକ ତଦନ୍ତ କଲେ ଜିଲ୍ଲା ଅନେକ ଅଞ୍ଚଳ ଏଭଳି ଘଟଣା ଲୋକଲୋଚନ କୁ ଆସିବ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

nis-ad
Leave A Reply

Your email address will not be published.