‘ଏକାଧିକ ସିମ୍ ବ୍ୟବହାର କରୁଥିଲେ ଦେବାକୁ ହେବ ଶୁଳ୍କ’ ସମ୍ପୂର୍ଣ୍ଣ ମିଥ୍ୟା

ଭୁବନେଶ୍ବର : ଅନେକ ସମୟରେ ଜନସାଧାରଣଙ୍କୁ ମିଥ୍ୟା ସୂଚନା ଜରିଆରେ ବିଭ୍ରାନ୍ତ କରିବା ନୂଆ କଥା ନୁହେଁ। ସେମିତି ଏକ ସମ୍ବାଦ ଗତ ୨/୩ ଦିନ ହେବ ଲୋକମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷ କରି ଯେଉଁମାନେ ୧ରୁ ଅଧିକ ସିମ ବ୍ୟବହାର କରୁଛନ୍ତି ଓ ସେଥିମଧ୍ୟରୁ ବହୁ ସମୟ ଧରି ରିଚାର୍ଜ କରୁନାହାନ୍ତି, ସେମାନଙ୍କୁ ଅଧିକ ଶୁଳ୍କ ଦେବାକୁ ପଡିବ ବୋଲି ଏକ ଖବର ଭାଇରଲ ହେବାରେ ଲାଗିଛି କିନ୍ତୁ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ – ଟ୍ରାଇ ଏହି ଖାବରୁ ସମ୍ପୂର୍ଣ୍ଣ ମିଥ୍ୟ ବୋଲି କହିଛି।
ଏକ ଟ୍ୱିଟ ଜରିଆରେ ଟ୍ରାଇ କହିଛି ଯେ ଏକାଧିକ ସିମ୍/ ନମ୍ବରିଂ ସମ୍ବଳ ରଖିଥିବା ଗ୍ରାହକଙ୍କ ଉପରେ ଟ୍ରାଇ ଶୁଳ୍କ ଲଗାଇବାକୁ ଚାହୁଁଥିବା କଳ୍ପନାଜଳ୍ପନା ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଦାବି ଭିତ୍ତିହୀନ ଏବଂ କେବଳ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ପାଇଁ ଉଦ୍ଦିଷ୍ଟ। ଏ ସମ୍ପର୍କରେ ଟ୍ରାଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ପ୍ରଦାନ କରାଯାଇଛି।

nis-ad
Leave A Reply

Your email address will not be published.