ମୋଦୀ କ୍ୟାବିନେଟରେ ସାମିଲ ହେଲେ ସବୁଠୁ କମ୍ ବୟସ୍କ ସାଂସଦ ରାମମୋହନ ନାଇଡୁ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପରେ ଏବେ ଦେଶରେ ନୂଆ ସରକାର ‘ମୋଦୀ ୩.୦’ ର ଶପଥ ଗ୍ରହଣ ହୋଇସାରିଛି । ସନ୍ଧ୍ୟା ୭ଟା ୧୫ ମିନିଟରେ ପ୍ରଧାନମନ୍ତ୍ରୀ ମୋଦୀ ଶପଥ ଗ୍ରହଣ କରିଛନ୍ତି । ମୋଦୀଙ୍କ ସହିତ ତାଙ୍କ କ୍ୟାବିନେଟ୍ ମନ୍ତ୍ରୀମାନେ ମଧ୍ୟ ଶପଥ ନେଇଛନ୍ତି । ତେବେ ମେଣ୍ଟ ସରକାରରେ ନୂଆ ମୁହଁ ଦେଖିବାକୁ ମିଳିଛି । ଏହି ମନ୍ତ୍ରିମଣ୍ଡଳରେ ଏକ ଖାସ୍ ନାଁ ରହିଛି ଯାହାଙ୍କୁ ମୋଦୀ କ୍ୟାବିନେଟରେ ସ୍ଥାନ ମିଳିଛି । ଏହି ନୂଆ ଟିମରେ ସେ ସବୁଠାରୁ କମ୍ ବୟସର ମନ୍ତ୍ରୀ ହେବାକୁ ଯାଉଛନ୍ତି । ଆମେ କହୁଛୁ ରାମମୋହନ ନାଇଡୁଙ୍କ କଥା ।
ଲୋକସଭା ନିର୍ବାଚନ ୨୦୨୪ରେ କିଙ୍ଗମେକର ଭୂମିକାରେ ସାମ୍ନାକୁ ଆସିଥିବା ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ନେତା ରାମ ମୋହନ ନାଇଡୁ କିଞ୍ଜରାପୁ ମୋଦୀ ସରକାର ୩.୦ରେ ସବୁଠାରୁ କମ୍ ବୟସର କ୍ୟାବିନେଟ୍ ମନ୍ତ୍ରୀ ହେବାକୁ ଯାଉଛନ୍ତି । ସେ ଚନ୍ଦ୍ରବାବୁ ନାଇଡୁଙ୍କ ବହୁ ନିକଟତର ବୋଲି କୁହାଯାଉଛି । ରାମ ମୋହନ ନାଇଡୁଙ୍କ ବୟସ ୩୬ ବର୍ଷ ଏବଂ ତାଙ୍କ ପିତା ଟିଡିପି ନେତା ୟେରନ ନାଇଡୁ ମଧ୍ୟ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରହିସାରିଛନ୍ତି । ନିର୍ବାଚନ ଆୟୋଗକୁ ଦିଆଯାଇଥିବା ହଲପନାମା ଅନୁସାରେ ରାମମୋହନ ନାଇଡୁଙ୍କ ସମୁଦାୟ ସମ୍ପତ୍ତି ୨୩.୩୦ କୋଟି ଟଙ୍କା ।
ରାମମୋହନ ସେୟାର ବଜାରରେ ବଡ ନିବେଶ କରିଛନ୍ତି । ସେ ଆକ୍ସିସ୍ ବ୍ୟାଙ୍କ, ଟାଟା ଷ୍ଟିଲ, ଟିସିଏସ, ଆଇଟି, ସେଲ ଭଳି କମ୍ପାନୀରେ ୧.୧୦ କୋଟି ଟଙ୍କାରୁ ଅଧିକ ନିବେଶ କରିଛନ୍ତି । ନିର୍ବାଚନ ଏଫିଡେବିଟ୍ ଅନୁସାରେ ତାଙ୍କ ପାଖରେ ୧.୪୫ ଲକ୍ଷ ଟଙ୍କା ନଗଦ ରାଶି, ତାଙ୍କ ପତ୍ନୀଙ୍କ ପାଖରେ ୨ ଲକ୍ଷ ଟଙ୍କା ରହିଛି । ଏହା ବ୍ୟତୀତ ପରିବାରର ଅନ୍ୟ ସଦସ୍ୟମାନଙ୍କ ଭିନ୍ନ ଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ୩ କୋଟି ଟଙ୍କାରୁ ଅଧିକ ରାଶି ରହିଛି । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ପ୍ରାୟ ୪୮ ଲକ୍ଷ ଟଙ୍କାର ଏଲଆଇସି ପଲିସି ରହିଛି । ତାଙ୍କ ପାଖରେ ୧.୫୧ କୋଟି ଟଙ୍କାର ସୁନା ଗହଣା ରହିଛି । ୧.୨୬ କୋଟି ଟଙ୍କାର ଏକ ଚାଷ ଜମି ସହ ତାଙ୍କ ନାଁରେ ୪ କୋଟି ୨୫ ଲକ୍ଷ ଟଙ୍କାର ଏକ ଘର ରହିଛି । ତାଙ୍କ ପତ୍ନୀଙ୍କ ନାଁରେ ହାଇଦ୍ରାବାଦରେ ଏକ ୩ କୋଟି ଟଙ୍କାର ଘର ରହିଛି ।

nis-ad
Leave A Reply

Your email address will not be published.