କେରଳର ୱାୟନାଡ଼ ଲୋକସଭା ଆସନ ଛାଡିପାରନ୍ତି ରାହୁଲ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ସ୍ପଷ୍ଟ ହୋଇଛି। ଫଳାଫଳରେ ବିଜେପି ସର୍ବବୃହତ ଦଳ ଭାବରେ ଉଭା ହୋଇଛି ଏବଂ ଏନଡିଏ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଏକ ବଡ ଖବର ସାମ୍ନାକୁ ଆସିଛି। ରାହୁଲ ଗାନ୍ଧୀ କେରଳର ୱାୟନାଡ଼ ଲୋକସଭା ଆସନ ଛାଡିପାରନ୍ତି। ସୂତ୍ରରୁ ପ୍ରକାଶ ଯେ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ରାଏବରେଲି ଆସନ ହିଁ ରଖିବେ | ସୂଚନାନୁସାରେ, ରାଏବରେଲିରେ ରାହୁଲ ଗାନ୍ଧୀଙ୍କ ବିଜୟ ବ୍ୟବଧାନ ସବୁଠାରୁ ଅଧିକ ରହିଛି । ଏହା ସହିତ ଏହା ମଧ୍ୟ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ପୂର୍ବତନ ସଂସଦୀୟ ଆସନ |

ରାହୁଲ ଗାନ୍ଧୀ କ୍ରମାଗତ ଦ୍ୱିତୀୟ ଥର ପାଇଁ କେରଳର ୱାୟନାଡ଼ ଲୋକସଭା ଆସନରୁ ଜିତିଛନ୍ତି। ଏଠାରେ ସେ ସିପିଆଇର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆନି ରାଜାଙ୍କୁ ୩.୬୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି। ଉଲ୍ଲେଖ ଥାଉ କି ରାହୁଲ ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ଦିନେଶ ପ୍ରତାପ ସିଂହଙ୍କୁ ୩ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ୍‌ରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷେ ୨୦୦୪ ମସିହାରୁ ରାଏବରେଲିରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିବା ସୋନିଆ ୨୦୧୯ ନିର୍ବାଚନରେ ଦିନେଶ ପ୍ରତାପ ସିଂହଙ୍କଠାରୁ ୧.୬୭ ଲକ୍ଷ ଭୋଟ୍‌ ବ୍ୟବଧାନରେ ଜିତିଥିଲେ। ତେବେ ଚଳିତ ଥର ସୋନିଆ ଲୋକସଭା ନିର୍ବାଚନରୁ ଦୂରେଇ ଯାଇ ରାଜ୍ୟସଭା ଯିବାପରେ ରାହୁଲ ଗାନ୍ଧୀ ରାଏବରେଲିରୁ ପ୍ରାର୍ଥୀ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ଥର ରାହୁଲ ଗାନ୍ଧୀ ୨ଟି ଆସନରେ ନିର୍ବାଚନ ଲଢ଼ିଛନ୍ତି।

nis-ad
Leave A Reply

Your email address will not be published.