ଭୁବନେଶ୍ୱରରେ ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ସମ୍ବର୍ଦ୍ଧିତ

ଛତ୍ରପୁର : ଭୁବନେଶ୍ବର ସ୍ଥିତ ୟୁନିଟ୍-୮ ସରସ୍ଵତୀ ଶିଶୁବିଦ୍ୟାମନ୍ଦିର ଠାରେ ଓଡିଶା ଶିକ୍ଷା ବିକାଶ ସମିତିଙ୍କ ଦ୍ବାରା ଆୟୋଜିତ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମରେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ସମସ୍ତ ଶିଶୁ ଫାଷ୍ଟ କ୍ଲାସ ( 60%ଅଧିକା )ରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଛତ୍ରପୁର ସରସ୍ଵତୀ ଶିଶୁବିଦ୍ୟାମନ୍ଦିର କୁ ସମ୍ମାନୀତ କରାଯାଇଛି।ଓଡିଶା ଶିକ୍ଷା ବିକାଶ ସମିତିଙ୍କ ତରଫରୁ ଭୁବନେଶ୍ଵର ଠାରେ ଆୟୋଜିତ ମେଧାବୀ ଅଭିନନ୍ଦନ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଓ ସଂପାଦକ ତଥା ଆଇନଜୀବି ପଦ୍ମଚରଣ ସାହୁ ଉକ୍ତ ସମ୍ମାନ ଗ୍ରହଣ କରିଛନ୍ତି। ଚଳିତ ବର୍ଷ ଆମ ବିଦ୍ୟାଳୟ ସମ୍ମାନୀତ ହୋଇଥିବାରୁ ପରିଚଳନା କମିଟି, ପ୍ରଧାନାଚାର୍ଯ୍ୟ, ଆଚାର୍ଯ୍ୟ ଆଚାର୍ଯ୍ଯା ଓ ସମସ୍ତ ଶିଶୁମାନେ ଓଡିଶା ଶିକ୍ଷା ବିକାଶ ସମିତିଙ୍କୁ କୃତଜ୍ଞତା ଜଣାଇଛନ୍ତି।

nis-ad
Leave A Reply

Your email address will not be published.