ଯନ୍ତ୍ରଣାରେ ଛଟପଟ କର୍କଟ ରୋଗୀ, ସ୍ୱାସ୍ଥ୍ୟବୀମା କାର୍ଡରେ ନାମ ନଥିବା ଯୋଗୁଁ ଚିକିତ୍ସା ପାଇଁ ଅର୍ଥ ଅଭାବ

ଉମରକୋଟ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ କୁଟ୍ରିଛାପର ପଂଚାୟତ ଅନ୍ତର୍ଗତ ରେଖାମାଲ ଗ୍ରାମରେ ଜଣେ ଯୁବକ କର୍କଟ ରୋଗରେ ପୀଡିତ ଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କାର୍ଡରେ ନାମ ନଥିବା ଯୋଗୁଁ ପରିବାରର ଲୋକ ମାନେ ଉନ୍ନତ ଚିକିତ୍ସା କରିବାରେ ସମର୍ଥ ହେଇ ପାରୁ ନଥିବା ଅତି ଦୁଃଖର ସହିତ ପରିବାର ଲୋକ ଅଭିଯୋଗ କରିଛନ୍ତି।
ପରିବାରର ସଦେଶ୍ୱଙ୍କ କହିବା ପ୍ରକାରେ ରେଖାମାଲ ଗ୍ରାମର ଶିବ ସାନ୍ତା(୪୫)ଙ୍କୁ ଗତ ତିନି ମାସ ତଳେ ଡାହାଣ ପଟ ପାଟିରେ ଏକ ଫୁଟକା ହେବା ସହ ଘା ସୃଷ୍ଟି ହୋଇଥିଲା।ପରେ ପରିବାରର ସଚେତନତା ଅଭାବ ଯୋଗୁଁ ସ୍ଥାନୀୟ ଏକ କ୍ବାକ ଡାକ୍ତର ହାତରେ ଚିକିତ୍ସା କରାଇ ଥିଲେ।କ୍ଵା୍କ ଡାକ୍ତର କିପରି କର୍କଟ ରୋଗକୁ ନ ଜାଣି ନ ଚିହ୍ନି କି ପରି ଚିକିତ୍ସା କଲା।କିଛି ନ ଜାଣି ଗରିବ ଲୋକଙ୍କର ଟଙ୍କା ଶୋଷନ କଲା କ୍ଵା୍କ ଡାକ୍ତର। କ୍ଵା୍କ ଡାକ୍ତରର ଚିକିତ୍ସା ପରେ ଘା ଧୀରେ ଧୀରେ ବଡିବାରେ ଲାଗିଲା।ଶେଷରେ ପରିବାର ଲୋକ ନିରୁପାୟ ହୋଇ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।ସେଠାରେ କର୍କଟ ରୋଗ ହୋଇଥିବା ସନ୍ଦେହ କରି ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଲୟ ନବରଙ୍ଗପୁର,କୋରାପୁଟ ମେଡ଼ିକାଲ କଲେଜ ନେବା ପାଇଁ ପରାମର୍ଶ ଦେଇଥିଲେ।କୋରାପୁଟ ମେଡିକାଲରେ ନେବା ପରେ କର୍କଟ ରୋଗ ହୋଇଥିବା ଜାଣିବା ପରେ କୋରାପୁଟ ମେଡିକାଲ କଲେଜ କତୃପକ୍ଷ ବିଶାଖାପାଟଣା ନେବା ପାଇଁ ପରାମର୍ଶ ଦେଇଥିଲେ।ପାଖରେ ଅର୍ଥ ଅଭାବ ଯୋଗୁଁ ପରିବାର ଲୋକ ଘରକୁ ନେଇ ଆସିଲେ।ଘରେ ଦୁଇ ଦିନ ରହି ଯେନ ତେନ ପ୍ରକାରେ ଧାର କରୋଜ କରି ଟଙ୍କା ଯୋଗାଡ କରି ବିଶାଖାପାଟଣା ନେଇ ଥିଲେ।ସେଠାରେ ସ୍ୱାସ୍ଥ୍ୟ ବୀମା କାର୍ଡରେ ଚିକିତ୍ସା ପାଇଁ ପରିବାର ଲୋକ କହିବା ପରେ,ସ୍ବାସ୍ଥ୍ୟ ବୀମା କାର୍ଡରେ ଶିବ ସାନ୍ତାଙ୍କ ନାମ ନଥିବା ଯୋଗୁଁ ସ୍ୱାସ୍ଥ୍ୟ ବୀମା କାର୍ଡରେ ଚିକିତ୍ସା ହୋଇ ପାରିବ ନାହିଁ ବୋଲି ପରିବାର ଲୋକେ କହିଲେ ।ବିଶାକାପାଟଣାରେ ଶିବଙ୍କ ମାଂସ କାଡି ପରୀକ୍ଷା ପାଇଁ ପଠାଇ ଥିବା ବେଳେ ତିନି ଦିନ ପରେ ଶିବଙ୍କୁ ଆଣିବା ପାଇଁ କୁହାଯାଇଥିଲା କିନ୍ତୁ ବିଶାଖାପାଟଣାରୁ ଘରକୁ ଆସିବାର ପ୍ରାୟ ସାତ ଦିନ ପରେ ମଧ୍ୟ ଶିବଙ୍କ ପରିବାର ବିଶାଖାପାଟଣା ଯିବା ପାଇଁ ଟଙ୍କା ଯୋଗାଡ଼ କରି ପାରିଲେ ନାହିଁ। ଶିବଙ୍କ ପରିବାର ଅତିରୁ ଅତି ଗରିବ ଶ୍ରେଣୀ ଖଟିଖିଆ, ବିଶାଖାପାଟଣା ଯିବା ପାଇଁ ଗାଡି ଭଡା କରିବା ସାତ ସପନ। ବର୍ତ୍ତମାନ ଶିବ ଯନ୍ତ୍ରଣାରେ ଛଟ ଫଟ ହୋଇ ଦିନ ରାତି କାନ୍ଦୁଛନ୍ତି। ଶିବଙ୍କର ଦୁଃଖ ଶୁଣିବା ପାଇଁ କେହି ନାହାନ୍ତି। ତେଣୁ ଦୁଃଖୀର ଦୁଃଖ ନିବାରଣ ସକାଶେ ଦିନ ଦରଦୀ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଶିବ ର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ କୁଟ୍ରିଛାପର ପଞ୍ଚାଏତ ବାସୀ ସହ ଆଖ ପାଖ ସ୍ଥାନୀୟ ଲୋକ ମାନେ ଏବଂ ପରିବାରର ସମସ୍ତ ସଦସ୍ୟ ଜ଼ିଲ୍ଲା ପ୍ରଶାସନ ପାଖରେ ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.