ବଜ୍ରାଘାତ ନେଲା ଦୁଇ ଶ୍ରମିକଙ୍କ ଜୀବନ

ବ୍ରହ୍ମପୁର : ଆଜି ଅପରାହ୍ନ ରେ କାଳବୈଶାଖୀ ବର୍ଷା ବଜ୍ରାଘାତ ରେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ବଜ୍ରାଘାତରେ ଦୁଇ ଜଣଙ୍କ ମୃତ । ପାଟପୁର ଗାନ୍ଧୀ ଛକ ଲଷ୍ମୀ ମନ୍ଦିର ନିକଟରେ ଚାଲିଥିବା ଠାକୁରାଣୀ ଯାତ୍ରାରେ ମିନାବଜାରରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ଦୁଇଜଣ । 2 ଜଣ ଶ୍ରମିକ ଏକ ଆମ୍ବଗଛ ମୂଳେ ବସିଥିବା ସମୟରେ ବଜ୍ରାଘାତ ରେ ମୃତ୍ୟୁ ଘଟିଥିଲା। ମୃତକ ମାନେ ହେଲେ ଡୁଗୁଲା ପ୍ରଧାନ ଓ ସନ୍ୟାସୀ ସାହୁ।ଡୁଗୁଲା ଙ୍କ ଘର ପୁରୀ ଜିଲ୍ଲା ନିରାକାର ପୁର ନିକଟ ଆଳିପଡ଼ା ଓ ସନ୍ୟାସୀ ଙ୍କ ଘର ପୋଲସରା କଳମ୍ବ ନିକଟ ଗୁଡ଼ିଆପଦା ଗ୍ରାମର ବୋଲି ଜଣାପଡିଛି । ଖବର ପାଇ ପାଟପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ କୁ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ କୁ ପଠାଇ ଦେଇଥିବା ଜଣାପଡିଛି |

nis-ad
Leave A Reply

Your email address will not be published.