ଖାମ୍‌ରେ ହଜାରେ ଟଙ୍କା ଭର୍ତ୍ତି କରି ବାଣ୍ଟୁଥିବା ଅଭିଯୋଗ: ୨ ଗିରଫ

ମୟୂରଭଞ୍ଜ: ଜୁନ୍ ୧ରେ ଓଡ଼ିଶାର ୬ଟି ଲୋକସଭା ଏବଂ ୪୨ଟି ବିଧାନସଭା ଆସନରେ ମତଦାନ ଅନୁଷ୍ଠିତ ହେବ। ଏପରିସ୍ଥଳେ ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଟଙ୍କା ବାଣ୍ଟୁଥିବା ବେଳେ ଦୁଇ ଜଣଙ୍କୁ ପୁଲିସ୍ ଧରିଛି । ମୟୂରଭଞ୍ଜ ଜିଲ୍ଲା ଉଦଳାର ଗୋଧିମରା ଗାଁରେ ଭୋଟରଙ୍କୁ ଟଙ୍କା ବଣ୍ଟା ଚାଲିଥିବା ବେଳେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ଅଭିଯୁକ୍ତମାନେ ଟଙ୍କା ନେଇ ଭୁବନେଶ୍ୱରୁ ଆସିଥିବା ଜଣାପଡ଼ିଛି । ଉଭୟଙ୍କୁ ପଚରାଉଚରା କରାଯିବା ସହ ତଦନ୍ତ କରୁଛି ପୁଲିସ୍।

ଅଭିଯୁକ୍ତମାନଙ୍କୁ ବିଜୟଲକ୍ଷ୍ମୀ ମହାପାତ୍ର ଓ ଦିବ୍ୟଜ୍ୟୋତି ଜେନା ଭାବେ ଚିହ୍ନଟ କରାଯାଇଛି । ସେମାନଙ୍କଠାରୁ ୧ ଲକ୍ଷ ୯୧ ହଜାର ଟଙ୍କା ଓ ଏକ କାର ଜବତ କରାଯାଇଛି । ସେମାନେ ପ୍ରତି ଖାମ୍‌ରେ ହଜାର ଟଙ୍କା ଲେଖାଏଁ ରଖି ଭ‌ୋଟରଙ୍କୁ ବାଣ୍ଟୁଥିବା ଅଭି‌ଯୋଗ ହୋଇଛି।

nis-ad
Leave A Reply

Your email address will not be published.