୬ ମାସ ପୂର୍ବରୁ ବ୍ରିଟିଶ ପାର୍ଲିଆମେଣ୍ଟ ଭଙ୍ଗ କଲେ ଋଷି ସୁନକ୍, ଜୁଲାଇ ୪ରେ ନିର୍ବାଚନ

ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନାକ ବ୍ରିଟିଶ ସଂସଦକୁ ଭଙ୍ଗ କରିଛନ୍ତି। ବ୍ରିଟେନର ବର୍ତ୍ତମାନର କନଜର୍ଭେଟିଭ୍ ପାର୍ଟି ସରକାରଙ୍କ କାର୍ଯ୍ୟକାଳ ଡିସେମ୍ବରରେ ଶେଷ ହେବାକୁ ଯାଉଥିଲା, କିନ୍ତୁ ୬ ମାସ ପୂର୍ବରୁ ସେ ସଂସଦ ଭଙ୍ଗ କରିଦେଇଛନ୍ତି ।
ବ୍ରିଟେନ ନିୟମ ଅନୁଯାୟୀ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟକାଳା ଡିସେମ୍ବରରେ ଶେଷ ହେବାକୁ ଥିଲା ଓ ଡିସେମ୍ବର ୧୭ ପରେ ଓ ୨୮ ଜାନୁଆରୀ ୨୦୨୫ ପୂର୍ବରୁ ଦେଶରେ ନିର୍ବାଚନ ହେବାର ଥିଲା । କିନ୍ତୁ ପ୍ରଧାନମନ୍ତ୍ରୀ ଋଷି ସୁନକ ନିଜ ଅଧିକାର ବ୍ୟବହାର କରି ୬ ମାସ ତଳେ ସଂସଦ ଭଙ୍ଗ କରିଦେଇଛନ୍ତି। ଏଭଳି ସ୍ଥିତିରେ ଏବେ ଜୁଲାଇ ୪ତାରିଖରେ ବ୍ରିଟେନରେ ନିର୍ବାଚନ ହେବ।
ଜୁଲାଇ ୪ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଚାର ପାଇଁ ଏବେ ପ୍ରାୟ ୫ ସପ୍ତାହ ବାକି ରହିଛି। ଶାସକ କଞ୍ଜରଭେଟିଭ୍ ପାର୍ଟିର ୧୪ ବର୍ଷର ଶାସନ ପରେ ଏଥର ଲେବର ପାର୍ଟି କ୍ଷମତାକୁ ଆସିବାର ସମ୍ଭାବନା ବିଭିନ୍ନ ସର୍ଭେରୁ ଜଣାପଡ଼ିଛି।
ଯଦି ସର୍ଭେକୁ ବିଶ୍ବାସ କରାଯାଏ ଲେବର ପାର୍ଟି ଏଥର କ୍ଷମତାକୁ ଆସିବ ଓ ବିରୋଧୀ ଦଳର ନେତା ତଥା ପୂର୍ବତନ ମାନବାଧିକାର ଆଇନଜୀବୀ କିର୍ ଷ୍ଟାର୍ମର୍ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଦୀର୍ଘ ୧୪ ବର୍ଷ ଧରି ବିରୋଧୀ ଦଳରେ ରହିବା ପରେ ଏବେ ପୁଣି ଥରେ କ୍ଷମତାକୁ ଫେରିବାର ସୁଯୋଗ ପାଇଛି ଲେବର ପାର୍ଟି |

nis-ad
Leave A Reply

Your email address will not be published.