ଯୁବବର୍ଗ ମୋ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାହାରୁ ନେତାମାନେ ଆସି ମୋତେ ବ୍ୟକ୍ତିଗତ ଭାବେ ଆଟାକ କରୁଛନ୍ତି । କଟୁ କଥା କହୁଛନ୍ତି । ଆପଣ ଭଲଭାବେ ଜାଣନ୍ତି ମୁଁ କାହାକୁ କେବେ ଅସମ୍ମାନ କରେନାହିଁ । କଟୁ କଥା କୁହେ ନାହିଁ । ଆପଣମାନେ ବିଶେଷକରି ମାଆମାନେ, ଯୁବବର୍ଗ ଏ ଅସମ୍ମାନର ଉଚିତ ଜବାବ ୧ ତାରିଖରେ ଭୋଟରେ ଦେବେ ।

ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନିଜ ପରିବାର ଭାବି ସେବା କରିଆସିଛି । ସବୁବେଳେ ଆପଣଙ୍କ ପଛରେ ଛିଡ଼ା ହୋଇଛି । ଶେଷଯାଏ ଛିଡ଼ା ହୋଇ ରହିଥିବି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେପଟେ ଓଡ଼ିଶାରେ ମୋଦି । ଦିନିକିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦି ରାଜ୍ୟରେ ବିଜେପି ସରକାର ଗଢିବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ।

ବାରିପଦା ଛଉପଡିଆରେ ଆଜି ନିର୍ବାଚନୀ ସଭା କରିଛନ୍ତି ମୋଦି । ଜୁନ୍ ୧୦ରେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ । ଓଡ଼ିଶା ଲୋକ ମୋଦି ଗ୍ୟାରେଣ୍ଟି ଚାହାନ୍ତି ବୋଲି କହିଛନ୍ତି । ସେପଟେ ମୋଦି ଓ ନବୀନ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଏଆଇସିସି ଅଧକ୍ଷ୍ୟ ମଲ୍ଲିକାର୍ଜୁନ ଖଡଗେ । କହିଛନ୍ତି ସବୁଠାରୁ ଅଧିକ ଗରିବ ଓଡ଼ିଶାରେ । ୨୫ ବର୍ଷ ଶାସନରେ ଉଭୟ ଉଭୟଙ୍କୁ ସାହଯ୍ୟ କଲେ କିନ୍ତୁ ଲୋକଙ୍କ କିଛି ଲାଭ ହେଲା ନାହିଁ ।

nis-ad
Leave A Reply

Your email address will not be published.