ରିଗିଂ ସନ୍ଦେହ କରି  ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅପରାଜିତା

ଭୁବନେଶ୍ବର: ସିଏପିଏଫ ମୁତୟନ ପାଇଁ ଅପରାଜିତାଙ୍କ ଚିଠି । ଭୋଟ ରିଗିଂ ରୋକିବାକୁ  ଖୋର୍ଦ୍ଧା ଜିଲ୍ଲାପାଳ ତଥା ରିଟର୍ଣ୍ଣି ଅଫିସରଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ। ସେ ଏହି ଚିଠିରେ ଲେଖିଛନ୍ତି, ଦୁଇ ଜଣ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କୁ ବ୍ୟବହାର କରି କିଛି ପୋଲିଂ ଷ୍ଟେସନରେ ରିଗିଂ ହେବାକୁ ଯାଉଛି । ଯାହା ତାଙ୍କର ସୋର୍ସ ଦ୍ଵାରା ସେ ଜାଣିବାକୁ ପାଇଛନ୍ତି । ଉକ୍ତ ପୋଲିସ ଅଧିକାରୀ ଦୁଇଜଣ ହେଲେ ଅତିରିକ୍ତ ଏସପି ନଗେନ୍ଦ୍ର ମୁଣ୍ଡ ଓ ଶାନ୍ତନୁ ଦାସ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହା ସହିତ ମଧ୍ୟ ଭୁବନେଶ୍ୱର, ୱାର୍ଡ ନମ୍ଵର-୪୬, ବାୟାବାବା ମଠ ଅଞ୍ଚଳ, ଏବଂ ସହିଦନଗର, ୟୁନିଟ-୮, ମାଳି ସାହି, ଏବଂ ଖୋର୍ଦ୍ଧା ମୁନିସିପାଲଟି ଅଞ୍ଚଳ ଉପରେ ଅଧିକ ନଜର ରଖିବା ପାଇଁ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବଳ ତଥା ସିଏପିଏଫଙ୍କୁ ନିୟୋଜିତ କରିବା ପାଇଁ ଅନୁରୋଧ କରିଛନ୍ତି ଅପରାଜିତା ।  ଏହା ସହିତ ସେ ଏହି ସମାନ ଚିଠି ମୁଖ୍ୟ ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ମଧ୍ୟ ଦେଇଛନ୍ତି ।

nis-ad
Leave A Reply

Your email address will not be published.