ଵ୍ରହ୍ମପୁର: ୨୩ -୫ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ପୂର୍ତ୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ଡିଭିଜନର ଅଧିନ ରେ ଥିବା ଇଲାକାରେ ନିର୍ବାଚନ କୁ ଆଖି ଆଗରେ ରଖି କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି।ଉପଖଣ୍ଡ ସ୍ତରୀୟ ଟେଣ୍ଡେର ମାଧ୍ୟମରେ କୋଟି କୋଟି ଟଙ୍କା ହଡ଼ପ ହୋଇଥିବା ନିର୍ବାଚନ ପରେ ଚର୍ଚ୍ଚାର ପରିସରକୁ ଆସିଛି।ସ୍ୱଚ୍ଛ ଶାସନ ର ଦ୍ୱାହି ଦେଇ ଫାଇବ-ଟି ଅଧୀନରେ ଥିବା ପୂର୍ତ୍ତବିଭାଗ ରେ ଅଜବ ନୀତି ଦେଖିବାକୁ ମିଳୁଛି। ମନ୍ତ୍ରୀ,ଯନ୍ତ୍ରୀଙ୍କ ପରିଚିତ ଥିବା ଠିକାଦାରଙ୍କ ନାମରେ ଏହି ସବୁ ଦୁର୍ନୀତି ହୋଇଥିବା ଚର୍ଚ୍ଚା ହେଉଛି। ସୂଚନା ଅଧିକାର ଆଇନ ମାଧ୍ୟମରେ ସୂଚନା ମାଗିଲେ ବାବୁ ମାନେ ଚତୁରତାର ସହ ମାତ୍ରାଧିକ ଟଙ୍କା ଦେବାକୁ ଚିଠି ଲେଖି ଚୁପଚାପ ବସୁଥିବା ର ନଜିର ରହିଛି। ଆସିକା ପୂର୍ତ୍ତ ବିଭାଗ ଅଧୀନରେ ହୋଇଥିବା ବିଭିନ୍ନ କାର୍ଯ୍ୟ ଓ ଦୁର୍ନୀତି ସମ୍ପର୍କରେ ବାବୁ ମାନଙ୍କ ପଚାରିଲେ ଆପଣ କେଉଁ କାଗଜର ପ୍ରତିନିଧି ଆମ ଖାତରେ ତମର ନାମ ନାହିଁ ବୋଲି ଉତ୍ତର ମିଳୁଛି। ଏଠାରେ ପ୍ରଶ୍ନ ଉଠୁଛି କଣ ଜଣେ ସାଧାରଣ ଲୋକୋ କଣ ସୂଚନା ଆଇନ ମାଧ୍ୟମରେ ତଥ୍ୟ ମାଗି ପାରିବନି..? ଏହି ଅସାଧୁ ଅଫିସର ମାନେ ଦୁର୍ନୀତି ର ଗୁମର ଖୋଲିଯିବ ବୋଲି ତଥ୍ୟ ଦେବାକୁ ଅମଙ୍ଗ l ପୁଣି ବେଳେ ବେଳେ ତଥ୍ୟ ମାଗିଲେ ମିଳୁଛି ଧମକ l ଭଞ୍ଜନଗର ପୂର୍ତ୍ତବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ ଗୁଡ଼ିକରେ ବାବୁ ମାନଙ୍କ ଦେଖା ମିଳୁନାହିଁ, ଯାହା ଫଳରେ କାର୍ଯାଦେଶ ଚାଲୁଥିବା ସ୍ଥାନରେ ଦୁର୍ନୀତି ବଢ଼ିବା ରେ ଲାଗିଛି। ଫୋନ କଲେ ଫୋନ ଉଠାଇବା ଦୂରର କଥା ଅଫିସ ଗଲେ ପିଅନ ର ଗୋଟିଏ ଉତ୍ତର ବାବୁ ସାଇଡ ରେ କିନ୍ତୁ କେଉଁ ସାଇଡ ରେ ତାହାର ଉତ୍ତର କାହା ପାଖରେ ନାହିଁ l ପୂର୍ତ୍ତ ବିଭାଗ ଦ୍ଵାରା କାର୍ଯ୍ୟ ହୋଇ ଥିବା ତଥ୍ୟ ମାଗିବାକୁ ଗଲେ ମିଳୁନି ତଥ୍ୟ ଯାହାର ନଗ୍ନ ନମୁନା ଆସିକା ଉପଖଣ୍ଡ ଚିକିତ୍ସାଳୟ ଓ ଇଣ୍ଡୋର ଷ୍ଟାଡିୟମ ରେ ହୋଇ ଥିବା ଦୁର୍ନୀତି ଦେଖିବାକୁ ମିଳିଛି। ନିସର୍ତ୍ତ ରେ ରୀତିମତ ଖବର ପ୍ରକାଶ ପରେ କ୍ୱାଲିଟି କଣ୍ଟ୍ରାଲ ବିଭାଗ ଓ ବଡ଼ ଅଧିକାରୀ ଆସି ଧର୍ମକୁ ଆଖି ଠାର ସଦୃଶ୍ୟ ତଦନ୍ତ କରି ଫେରିଯାଉଛନ୍ତି। ପୂର୍ତ୍ତବିଭାଗ ଅଧୀନରେ ଯେତେ ସବୁ କାର୍ଯ୍ୟ ଫାଇବ-ଟି ମାଧ୍ୟମରେ ହୋଇଛି, ତାହାର ତଦନ୍ତ କରିଲେ ବହୁ ବାବୁ ମାନଙ୍କ ଅସଲି ମୁଖା ଖୋଲିବ ବାବୁ ମାନେ ଜେଲ ଯିବାକୁ ବାଧ୍ୟହେବେ ବୋଲି ଅଞ୍ଚଳ ବାସୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।ଭଞ୍ଜନଗର ପୂର୍ତ୍ତବିଭାଗ ଅଧୀନରେ ଥିବା କାର୍ଯ୍ୟାଳୟ ଗୁଡ଼ିକ ଉପରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ ହେଲେ କେତେ ଟଙ୍କାର ପିସି କାରବାର ହେଉଛି, ତାହା ଲୋକଲୋଚନ କୁ ଆସିବ ବୋଲି ଲୋକେ କହୁଛନ୍ତି। ଏବଂ ସମସ୍ତ କାର୍ଯ୍ୟ ଗୁଡିକୁ ତଦନ୍ତ ପରିସର ଭୁକ୍ତ କଲେ ଅନେକ ଦୁର୍ନୀତି ଏବଂ କୁବେର ବାବୁ ମାନଙ୍କ ଅସଲ ଚରିତ୍ର ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବି ହେଉଛି l
Sign in
Sign in
Recover your password.
A password will be e-mailed to you.
Prev Post