ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ କହିଲେ, ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅ

ଭୁବନେଶ୍ୱର,୨୧।୫: ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ପୁରୀ ଭାଜପା ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ବିବାଦୀୟ ବୟାନ ପରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ । ଜାତୀୟ ଖବର ସରବରାହ ସଂସ୍ଥା ଏଏନଆଇକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଶ୍ରୀଜଗନ୍ନାଥଙ୍କୁ ଆମକୁ ରାଜନୀତିରୁ ବାହାରେ ରଖିବାକୁ ହେବ । ଏଥିସହିତ ସମ୍ବିତ ପାତ୍ରଙ୍କୁ ପାଣ୍ଡିଆନ ନିଜର ଧ୍ୟାନ ରଖିବାକୁ ପରାମର୍ଶ ଦେଇଛନ୍ତି ।

ସେ କହିଛନ୍ତି, ଭାଜପା ଓଡିଆ ଅସ୍ମିତାର କଥା କହୁଛି କିନ୍ତୁ ଜଗନ୍ନାଥ ହେଉଛନ୍ତି ଆମ ଓଡିଆ ଅସ୍ମିତାର ପ୍ରତୀକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଅନୁଭବ କରିଛନ୍ତି ଯେ, ଭଗବାନଙ୍କୁ ରାଜନୀତିରୁ ବାହାରେ ରଖିବେ । ଅନ୍ୟପଟେ ଏଭଳି ବିବାଦୀୟ ବୟାନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଦୁଃଖ ହେଲା ବୋଲି କହିଛନ୍ତି ପାଣ୍ଡିଆନ ।

ଅନ୍ୟପଟେ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାର ଲୋକ ନିର୍ବାଚନରେ ଧର୍ମ କିମ୍ବା ମହାପ୍ରଭୁ ଜଗନ୍ନାଥଙ୍କୁ ଆଣିବା ପସନ୍ଦ କରନ୍ତିନି । ଏହା ପ୍ରଥମ ଥର ପାଇଁ ହୋଇଛି । ସେମାନେ ସବୁବେଳେ କିଛି ନା କିଛିକୁ ଧର୍ମ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ସହ ଯୋଡି ଦେଇଥାନ୍ତି । ଭାଜପା ନିର୍ବାଚନରେ ବିଜେଡି ଏବଂ ନବୀନ ପଟ୍ଟନାୟକଙ୍କୁ ଟକ୍କର ଦେବାକୁ ଚେଷ୍ଟା କରୁଛି । ତେଣୁ ଏଭଳି ରଣନୀତି ଆପଣାଉଛି ।

ଶେଷରେ ସମ୍ବିତ ପାତ୍ରଙ୍କୁ ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କଛନ୍ତି ପାଣ୍ଡିଆନ। ଭୀଷଣ ଗରମ, ଧୂଳି ପ୍ରତି ସଚେତନ ରୁହନ୍ତୁ । ଆଉ ମାତ୍ର ୩ ଦିନ ପରେ ତାଙ୍କ ନିର୍ବାଚନ ଅଛି । ତେଣୁ ଏଭଳି ସମୟରେ ସେ ଉପବାସ କଲେ, ଚେତା ହରାଇପାରନ୍ତି ବୋଲି କହିଛନ୍ତି ପାଣ୍ଡିଆନ ।

nis-ad
Leave A Reply

Your email address will not be published.