୩୦,୦୦୦ସଂକ୍ରମିତ, ୩,୦୦୦ମୃତ; ଆଶ୍ଚର୍ଯ୍ୟ କଲା ସଂକ୍ରମିତ ରକ୍ତ ଦୁର୍ନୀତିର ତଦନ୍ତ ରିପୋର୍ଟ

ନୂଆଦିଲ୍ଲୀ: ୩ହଜାର ଲୋକଙ୍କ ଜୀବନ ନେଇଥିବା ସଂକ୍ରମିତ ରକ୍ତ ଦୁର୍ନୀତିର ହେଲା ପର୍ଦ୍ଦାଫାଶ। ୭୦ ଓ ୮୦ ଦଶକରେ ସଂକ୍ରମିତ ରକ୍ତ ନେଇ ବ୍ରିଟେନରେ ଅନେକ ଲୋକ ଏଚଆଇଭି ଓ ହେପାଟାଇଟିସ୍ ଦ୍ବାରା ସଂକ୍ରମିତ ହୋଇଥିଲେ। ୩୦,୦୦୦ଲୋକ ସଂକ୍ରମିତ ହୋଇଥିବା ବେଳେ ୩,୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ। ପ୍ରାୟ ୬ବର୍ଷର ତଦନ୍ତ ପରେ ଏବେ ଶେଷ ରିପୋର୍ଟ ଆସିଥିଲା। ଏହି ରିପୋର୍ଟରେ ସଂକ୍ରମିତ ଓ ମୃତକଙ୍କ ତଥ୍ୟ ଦିଆଯିବା ସହ ମୃତ୍ୟୁର କାରଣ ଦିଆଯାଇଛି। ଏହା ସହ ବ୍ରିଟେନ ସରକାର ସବୁ ଜାଣି ମଧ୍ୟ ସତ ଲୁଚାଇଥିବା ତଦନ୍ତ କରୁଥିବା ଅଧିକାରୀ ଦାବି କରିବାରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏନେଇ କ୍ଷମା ମାଗିଛନ୍ତି।
ତଦନ୍ତ ରିପୋର୍ଟ ଅନୁଯାୟୀ, ୧୯୭୦ ଏବଂ ୧୯୮୦ ଦଶକରେ ହେମିଓଫିଲିଆକ୍ସ ରୋଗରେ ପୀଡ଼ିତ ଲୋକଙ୍କୁ ରକ୍ତ ନେବାକୁ ପଡ଼ୁଥିଲା। ସେତେବେଳେ ଏହି ରୋଗ ଅଧିକ ହେଉଥିବାରୁ ରକ୍ତର ଆବଶ୍ୟକତା ବଢ଼ିଥିଲା। ଏହି ରୋଗର ଚିକିତ୍ସା ପାଇଁ ଡାକ୍ତର ଫ୍ୟାକ୍ଟର୍ ଭିଆଇଆଇଆଇ ନାମକ ଏକ ନୂତନ ଚିକିତ୍ସା ଆରମ୍ଭ କରିଥିଲେ। ହଜାର ହଜାର ଲୋକ ଦାନ କରିଥିବା ରକ୍ତର ପ୍ଲାଜମାରୁ ଫ୍ୟାକ୍ଟର୍ ଭିଆଇଆଇଆଇ ତିଆରି କରି ଏହାକୁ ରୋଗୀଙ୍କୁ ଦେଉଥିଲେ ଡାକ୍ତର। ଫ୍ୟାକ୍ଟର୍ ଭିଆଇଆଇଆଇର ଚାହିଦା ବଢ଼ିବାରୁ ବ୍ରିଟେନ ଏହାକୁ ଆମେରିକାରୁ ଆମଦାନୀ କରିବା ଆରମ୍ଭ କରିଥିଲା। ବିଭିନ୍ନ କଏଦୀ ଓ ଡ୍ରଗ୍ସ ନେଉଥିବା ଲୋକଙ୍କଠାରୁ ରକ୍ତ ଆଣି ଆମେରିକା ପ୍ଲାଜମା ତିଆରି କରୁଥିବା ବେଳେ ରକ୍ତରେ ଏଚଆଇଭି ଭୂତାଣୁ ଥିବା ନେଇ କାହାକୁ ଜଣାନଥିଲା। ଫଳରେ ସେହି ରକ୍ତକୁ ଫ୍ୟାକ୍ଟର୍ ଭିଆଇଆଇଆଇ ଆକାରରେ ଯେଉଁ ରୋଗୀଙ୍କୁ ଦିଆଯାଇଥିଲା ତାହା ତାଙ୍କୁ ଏଡ୍ସରେ ଆକ୍ରାନ୍ତ କରାଇଥିଲା।
ଏବେ ହୋଇଥିବା ଏହି ଅବହେଳାର ରିପୋର୍ଟ ସାମ୍ନାକୁ ଆସିବା ପରେ ଲୋକେ ବ୍ରିଟେନ ସରକାରଙ୍କୁ ସମାଲୋଚନା କରିବା ଆରମ୍ଭ କରିଛନ୍ତି।

nis-ad
Leave A Reply

Your email address will not be published.