ସାବଧାନ! ଜୁନ୍ ୧ ପରେ ଏସବୁ ଗାଡି ଚାଳକ ଦେବେ ୨୫,୦୦୦ଟଙ୍କା ଜରିମାନା

ନୂଆଦିଲ୍ଲୀ: ଜୁନ୍ ୧ ପରେ ଗାଡ଼ି ଚଳାଇବାର କେତେକ ନିୟମ ବଦଳିବାକୁ ଯାଉଛି। ଏହି ଆଇନର ଉଲ୍ଲଂଘନ କଲେ ତାଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ । ଡ୍ରାଇଭିଂ ସହ ଜଡିତ ନୂତନ ନିୟମ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଦ୍ବାରା ୧ ଜୁନ୍ ୨୦୨୪ରୁ ଜାରି କରାଯିବ। ନିୟମ ଅନୁସାରେ ଦ୍ରୁତ ଗତିରେ ଗାଡି ଚଳାଇଲେ ଚାଳକଙ୍କୁ ୧,୦୦୦ ରୁ ୨,୦୦୦ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।
ନିୟମ ଅନୁଯାୟୀ, ନାବାଳକ ଗାଡ଼ି ଚଳାଇଲେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଯଦି କେହି ୧୮ବର୍ଷରୁ କମ୍ ବୟସ୍କ ହୋଇ ମଧ୍ୟ ଗାଡି ଚଳାଉଥିବାର ଦେଖାଯାଏ, ତେବେ ତାଙ୍କ ପାଇଁ ଏହି ଜରିମାନା ଲାଗୁ କରାଯିବ । ଜରିମାନା ବ୍ୟତୀତ ଗାଡି ମାଲିକଙ୍କ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହୋଇପାରେ।
ସାଧାରଣତଃ ୧୮ ବର୍ଷ ବୟସ୍କଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇପାରିବ। ୧୬ ବର୍ଷ ବୟସରେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ କରାଯାଇପାରିବ। ବାସ୍ତବରେ, ୧୬ ବର୍ଷ ବୟସରେ ମଧ୍ୟ ୫୦ ସିସି କ୍ଷମତା ବିଶିଷ୍ଟ ମୋଟରସାଇକେଲ ଚଳାଇବା ପାଇଁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ଏହା ପରେ, ଯେତେବେଳେ ୧୮ ବର୍ଷ ହେବ, ଚାଳକ ସେହି ଲାଇସେନ୍ସକୁ ଅପଡେଟ୍ କରିପାରିବ ।
ଡ୍ରାଇଭିଂ ଲାଇସେନ୍ସ ପାଇବା ଦିନ ଠାରୁ ଏହା ୨୦ ବର୍ଷ ପାଇଁ ବୈଧ ରହିଥା‌ଏ। ୪୦ ବର୍ଷ ବୟସ୍କ ଚାଳକଙ୍କ କ୍ଷେତ୍ରରେ ୧୦ ବର୍ଷ ଏବଂ ପରେ ୫ ବର୍ଷ ପାଇଁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଇଥାଏ। ଏଥିପାଇଁ ସରକାରୀ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବାକୁ ପଡିବ ଏବଂ ଡ୍ରାଇଭିଂ ଲାଇସେନ୍ସ ଅପଡେଟ୍ କରିବାକୁ ହେବ।

nis-ad
Leave A Reply

Your email address will not be published.