ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ, ଭଉଣୀଙ୍କୁ ବହୁତ ଭଲ ପାଆନ୍ତି: ପାଣ୍ଡିଆନ୍‌

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀରେ ମଙ୍ଗଳବାର ଦିନ ବିଜେଡି ନେତା ଭିକେ ପାଣ୍ଡିଆନ୍ ନିର୍ବାଚନୀ ପ୍ରଚାର କରିଛନ୍ତି। ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଆମ ମୁଖ୍ୟମନ୍ତ୍ରୀ ଆଦିବାସୀ ଭାଇ ଭଉଣୀମାନଙ୍କୁ ବହୁତ ଭଲ ପାଆନ୍ତି। ଆଦିବାସୀ ଭାଇ, ଭଉଣୀମାନଙ୍କ ପରିଚୟ ହେଉଛି କଳା, ସଂସ୍କୃତି, ଭାଷା, ପୂଜାସ୍ଥଳୀ। ଆପଣ ଭାବନ୍ତୁ ଏବେ ସୁଦ୍ଧା ଅନ୍ୟ କେହି ଆପଣଙ୍କ ଏସବୁ ଦିଗରେ ଚିନ୍ତା କରିଥିଲେ କି? ଆମ ମୁଖ୍ୟମନ୍ତ୍ରୀ କିନ୍ତୁ ଚିନ୍ତା କଲେ ଆପଣଙ୍କର ଏସବୁକୁ ଆପଣଙ୍କ ଭବିଷ୍ୟତ ପିଢି ପାଇଁ ବଞ୍ଚାଇ ରଖିବାକୁ। ଏଥିପାଇଁ ଆମ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ବିଜେପି ସରକାର ଥିବା ରାଜ୍ୟରେ ଏମିତି ଅନୁଷ୍ଠାନ ନାହିଁ ବୋଲି କହିଛନ୍ତି।
ପାଣ୍ଡିଆନ୍ ଆହୁରି କହିଛନ୍ତି, ଆଦିବାସୀ ଭାଇ, ଭଉଣୀଙ୍କ ଉପରେ ଥିବା ୫୦ ହଜାର ପୁଲିସ କେସ ରଦ୍ଦ କରିବାକୁ ଆମ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା କୌଣସି ସରକାର, କି ଦଳ କରିବେ ନାହିଁ। ଏହା କେବଳ ଆମ ମୁଖ୍ୟମନ୍ତ୍ରୀ କରିପାରିବେ। ଆପଣଙ୍କ ପିଲାଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ ଆମ ମୁଖ୍ୟମନ୍ତ୍ରୀ ହଜାର ହଜାର ହଷ୍ଟେଲ ଖୋଲୁଛନ୍ତି। ଝିଅପିଲାମାନେ ବି ଏହି ହଷ୍ଟେଲରେ ରହି ପଢୁଛନ୍ତି।
ଆମ ମୁଖ୍ୟମନ୍ତ୍ରୀ ଜାଣିଛନ୍ତି ଆଦିବାସୀ ଭାଇ, ଭଉଣୀମାନେ ଜଙ୍ଗଲ ଉପରେ ନିର୍ଭର କରନ୍ତି। ଜଙ୍ଗଲରେ ଯାଇ ଶାଳ ମଞ୍ଜି, ଶାଳ ପତ୍ର, ହରିଡା ମଞ୍ଜି, ମହୁଲି ମଞ୍ଜି ଆଣି ବିକ୍ରି କରନ୍ତି, ହେଲେ ଠିକ ଦାମ ପାଉନଥିଲେ। ଏହି ସମସ୍ୟାରୁ ଆପଣଙ୍କୁ ମୁକ୍ତ ପାଇଁ ମୁଖ୍ୟମନ୍ତ୍ରୀ ଲାଭ ଯୋଜନା ଆରମ୍ଭ କରିଛନ୍ତି। ଗରିବ ଆଦିବାସୀମାନେ ଯିଏ ବି ଜଙ୍ଗଲକୁ ଯାଇ ନି।

nis-ad
Leave A Reply

Your email address will not be published.